ବେଗୁନିଆପଡ଼ା ବ୍ଳକରେ ଭତ୍ତା ବଣ୍ଟନ ଓ ଜନଶୁଣାଣି କ।ର୍ଯ୍ୟକ୍ରମ
କୋଦଳା :ଗୁରୁବାର ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକରେ କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତିରେ ଭତ୍ତା ବଣ୍ଟନ ସହ ଏକ ଜନଶୁଣାଣି କ।ର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ବିଭିନ୍ନ ପଞ୍ଚାୟତର ମୋଟ ୩୧୨ ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ୭୭ ଜଣଙ୍କୁ ବିଧବା ଭତ୍ତା, ୪ ଜଣଙ୍କୁ ଦିବ୍ୟାଙ୍ଗ ଭତ୍ତା ଏବଂ ମଧୁବାବୁ ପେନସନ ଯୋଜନାରେ ୪୬୭ ହିତାଧିକାରୀଙ୍କୁ ସାମିଲ୍ କରାଯାଇ ଭତ୍ତା ପ୍ରଦାନ କରାଯାଇଛି । ଏଥି ସହିତ ସାଧାରଣ ଜନ ଶୁଣାଣି କାର୍ୟ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିବା ବେଳେ ମୋଟ ୧୬୭ ଟି ଅଭିଯୋଗ ଉପରେ ଶୁଣାଣି କରାଯାଇଥିଲା। ଅଭିଯୋଗ ଗୁଡିକର ପ୍ରତିକାର ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାକୁ ବିଧାୟିକା ପରାମର୍ଶ ଦେଇଥିଲେ । ମୁଖ୍ୟତଃ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ରାସନ କାର୍ଡ, ଭତ୍ତା ପ୍ରଦାନ, ଆବାସ ଗୃହ ଯୋଜନାରେ ସାମିଲ, ଚିକିତ୍ସା ସହାୟତା, ପାନୀୟଜଳ ଯୋଗାଣରେ ସମସ୍ୟା, ବେଆଇନ ଭାବରେ ପଥର ଖନନ ପରି ଅଭିଯୋଗ ରହିଥିବା ଜଣାପଡ଼ିଛି। ଜନଶୁଣାଣି ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ ,ବ୍ଲକ ଅଧ୍ୟକ୍ଷ ପ୍ରତିନିଧି ବିଜୟ କୁମାର ଦୋରା, ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ପରିଡା, ଉପାଧ୍ୟକ୍ଷ ଭ୍ରମର ଭୂୟାଁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।


