ଟାଙ୍ଗଣାପଲ୍ଲୀ ରେ ପୁଲବାମ ସହିଦ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଏବଂ କ୍ୟାଣ୍ଡଲ ଶୋଭାଯାତ୍ରା
ଛତ୍ରପୁର- ପୁଲବାମ ରେ ଆତଙ୍କବାଦୀ ହମଲା ରେ ସହିଦ ହୋଇଥିବା ବୀର ସହିଦ ଯବାନ ଉଦ୍ଦେଶ୍ୟ ରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଠାରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ଅବସରରେ ଯୁବନେତା ତଥା ସମାଜସେବୀ ଅବନି ଶତପଥି ଙ୍କ ନେତୃତ୍ୟରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଟାଙ୍ଗଣାପଲ୍ଲୀ ଗ୍ରାମ ଠାରୁ ବାହାରି କୃଷ୍ଣ ନଗରଢିଅ ପର୍ୟ୍ୟନ୍ତ ପରିକ୍ରମା କରିଥିଲା ଏବଂ ଟାଙ୍ଗଣାପଲ୍ଲୀ ଗ୍ରାମ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସହିଦ ବିର ଯବାନ ଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା କ୍ଷ ଏହି ଶୋଭାଯାତ୍ରାରେ ଅନିଲ ବିଷୋୟୀ, ରୁଦ୍ର ବିଷୋୟୀ, ସୋନୁ ବିଷୋୟୀ, ରାଜୀବ ରାଉଳ, ରାଜୀବ ବିଷୋୟୀ, ଟୁଲୁ ରାଉଳ, ସଦାଶିବ ନାୟକ, ସାନୁ ରାଉଳ ଚିତ୍ତରଞ୍ଜନ ଶତପଥୀ , ଆଲୋକ ଶତପଥୀ , ଜିନୁ ପଣ୍ଡା, ଲାଲୁ ପାଣିଗ୍ରାହୀ ଙ୍କ ସମେତ ବହୁ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ବର୍ଗର ବ୍ୟକ୍ତି ଉପସ୍ଥିତ ଥିଲେ।


