ବେଗୁନିଆପଡ଼ା ବ୍ଳକରେ ମାଟ୍ରିକ ପାସ୍ ହାର ୮୧%
କୋଦଳା :(ଗୁଲସନ୍ କୁମାର କର)ସାରା ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଛାତ୍ରକଂ ତୁଳନାରେ ଛାତ୍ରୀଙ୍କ ପ୍ରଦର୍ଶନ ଭଲ ରହିଥିବା ଜଣାପଡ଼ିଛି। ବେଗୁନିଆପଡ଼ା ର ସର୍ବ ପୁରାତନ ଜନତା ହାଇସ୍କୁଲରେ ଚଳିତ ବର୍ଷ ମୋଟ ୨୦୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୧୬୩ ଜଣ ପରୀକ୍ଷାର୍ଥୀ ଇ ଗ୍ରେଡ ଏବଂ ତା ଠାରୁ ଉପରେ ରହିଛନ୍ତି। ଏ ୨ ଗ୍ରେଡରେ ୨ ଜଣ ଥିବା ବେଳେ ବି ୧ ରେ ୧୪ ଜଣ, ବି୨ ରେ ୧୬, ସି ୨୫, ଡି ୬୧ ଏବଂ ଇ ଗ୍ରେଡରେ ୪୫ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାକି ସମସ୍ତ ପରୀକ୍ଷାର୍ଥୀ ଏଫ୍ ଗ୍ରେଡ୍ ରଖିଥିବା ଜଣାପଡ଼ିଛି। ସେହିପରି କୋଦଳା ସ୍ବର୍ଣ୍ଣମୟୀ ହାଇସ୍କୁଲରେ ମୋଟ ୫୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ବି ୧ ରେ ୨ ଜଣ, ବି୨ ରେ ୫ ଜଣ, ସି ଗ୍ରେଡ୍ ରେ ୮, ଡି ୧୫, ଏବଂ ଇ ଗ୍ରେଡରେ ୯ ଜଣ ଥିବା ଜଣାପଡ଼ିଛି। ସେହିପରି ବ୍ଲକରେ ମୋଟ ୨୬ଟି ସ୍କୁଲର ୧୯୬୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୧୪୦୪ ଜଣ ପରୀକ୍ଷାର୍ଥୀ କୃତକାର୍ୟ୍ୟ ହୋଇଛନ୍ତି ଏବଂ ଏ୨ ଗ୍ରେଡରେ ମୋଟ ୧୩ ଜଣ ରହିଛନ୍ତି ଏବଂ ମର୍ଦ୍ଦମେଖ ୟୁ ଜି ହାଇସ୍କୁଲର ରାଜେଶ ପଣ୍ଡା ମୋଟ ୫୨୪ ନମ୍ବର ୮୭.୩ ଶତକଡା ରଖି ବ୍ଲକ ଟପ୍ପର ହୋଇଛନ୍ତି।