ବେଗୁନିଆପଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନ ଘୋଷଣା
କୋଦଳା, (ଗୁଲସନ କୁମାର କର): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ମହାମାରୀ ବୃଦ୍ଧି ପାଉଥିବା ବେଳେ ଏହି କ୍ରମରେ ବେଗୁନିଆପଡା ବ୍ଲକରେ ମଧ୍ୟ ଦିନକୁ ଦିନ କରୋନା ସଂକ୍ରମକଙ୍କ ସଂଖ୍ୟା ବୃଦ୍ଧି ହେଉଛି। ଏଣୁ ଏକାଧିକ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବା ହେତୁ ଉକ୍ତ ବ୍ଲକର ଜଗତି ପଞ୍ଚାୟତକୁ ଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ଏତତ ବ୍ୟତୀତ ଉକ୍ତ ବ୍ଲକର ବି.ଜଗନ୍ନାଥପୁର, ଖଣ୍ଡିଆନଇ,ଦେଉଳିଆପଡା, ଗେଂଜରାପଲ୍ଲୀ ଓ କେ.ମର୍ଦ୍ଦରାଜପୁର କୁ ବଫର ଜୋନ ଘୋଷଣା କରାଯାଇଛି।ଏନେଇ ଏକ ନକ୍ସା ମଧ୍ୟ ପ୍ରସ୍ତୁତ କରାଯାଇଛି। ଏଥିସହ ଏହି ଜୋନର ସମସ୍ତ ସରକାରୀ ଓ ବେସରକାରୀ ଅଫିସ ଖୋଲିବାକୁ ବାରଣ କରାଯାଇଛି, ନିଜେ ସଚେତନ ହେବାକୁ କୁହାଯାଇଛି।ଗ୍ରାମର ପୋଖରୀରେ ଗାଧୋଇବାକୁ ମଧ୍ୟ ପ୍ରଶାସନ ତରଫରୁ ବାରଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଘରୁ ବାହାରକୁ ବାହାରିବାକୁ ମଧ୍ୟ ବାରଣ କରାଯାଇଛି ଓ ସଦସର୍ଵଦା ମାସ୍କ ପରିଧାନ କରିବାକୁ କୁହାଯାଇଛି।


