ଜ୍ଵର,ଥଣ୍ଡା,କାସକୁ ନେଇ ଅଧିକ ମାନସିକ ଚାପଗ୍ରସ୍ତ ହେଲେଣି ଅଞ୍ଚଳବାସି
ସୋରଡା, (ରଜନୀ ମହାପାତ୍ର): ଗଞ୍ଜାମ ଜିଲ୍ଲା ସୋରଡାରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ସୋରଡା ଓ ବ୍ଲକ ରେ ସଂଖ୍ୟା ଯାଇ ପହଞ୍ଚିଲାଣି ୫୩ ରେ।ଗତକାଲୀ ଯାଏଁ ଏଠାରେ ମୋଟ ୫୧ ଜଣ ସଂକ୍ରମିତ ଥିବା ଜଣାପଡିଥିବା ବେଳେ ଆଜି ଆଉ ୦୨ ଜଣ ଚିହ୍ନଟ ହେଇଛନ୍ତି। ଫଳରେ ସଂଖ୍ୟା ରହିଛି ୫୩। ବର୍ତମାନ ସହର ସମେତ ଅଞ୍ଚଳରେ ଥଣ୍ଡା,କାସ,ଜ୍ଵର କୁ ନେଇ ଅଞ୍ଚଳବାସି ଅଧିକ ମାନସିକ ଚାପ ରେ ରହିଛନ୍ତି। କେମତି ସାଧାରଣ ଚିକିଶ୍ଚ୍ୟା ମିଳିବ ଏ ନେଇ ଚିନ୍ତା ରେ ସମସ୍ତେ। ସରକାର ଏବେ କହୁଛନ୍ତି ଏହି ପରି ଲକ୍ଷଣ ଥିଲେ ଲୁଚାନ୍ତୁ ନାହି। ଜ୍ଵର ଆସିଲେ ପାରାସିଟମୋଲ ଖାଇ ଲୁଚାନ୍ତୁ ନାହି ଏହା ପରବର୍ତୀ ସମୟରେ ଆହୁରି ଭୟଙ୍କର ହେଇପାରେ। ଏପରି ସ୍ଥିତି ରେ ସମସ୍ତେ ଚିନ୍ତା ରେ ନିଜ ନିଜ ସ୍ୱାସ୍ଥ୍ୟ କୁ ନେଇ। ସହର ରେ ପାଥୋଲୋଜି ଗୁଡିକ ବନ୍ଦ ଅଛି। ରକ୍ତ ପରୀକ୍ଷା ହେଇପାରୁନି। ବର୍ତମାନ ଜ୍ଵର,ଥଣ୍ଡା, କାସ ହେବା ସ୍ଵାଭାବିକ । ମୌସୁମୀ ସମୟରେ ସାଧାରଣତଃ ଏହି ଲକ୍ଷଣ ଦେଖାଯାଇଥାଏ । ଏପରି ସ୍ଥିତି ରେ ଏହି ସବୁ ଲକ୍ଷଣ କୁ ନେଇ ସମସ୍ତଙ୍କୁ କରୋନା ଭୟ। କିଛି ଶିକ୍ଷିତ ସାଧାରଣବର୍ଗ ଗୋଷ୍ଠୀ ଏହା କୁ ନେଇ ବେସ ସଚେତନ ଅଛନ୍ତି ଏବଂ ଘରେ ରହି ନିଜର ଇମ୍ମୁନିଟି ବଢେଇବା ପାଇଁ ଚେଷ୍ଟା ବି କରୁଛନ୍ତି। ଅନେକ ଜ୍ଵର ନ ହେବା ପାଇଁ ଆୟୁର୍ବେଦ ମଧ୍ୟ ବ୍ୟବହାର କରୁଛନ୍ତି। ସବୁଠାରୁ ଅଧିକଚିନ୍ତା ସୃଷ୍ଟି କରିଛନ୍ତି ଗ୍ରାମାଞ୍ଚଳ ସମେତ କିଛି ଅଳ୍ପ ପାଠୁଆ ଓ ଅନଗ୍ରସର ଶ୍ରେଣୀ। ରୋଗ କୁ ନେଇ ଏମାନେ ବେସ ଚାପଗ୍ରସ୍ତ। କୌଣସି ଜାଗାରେ ଚିକିଶ୍ଚ୍ୟା ସୁବିଧା ନପାଇ ଏମାନେ ଔଷଧ ଦୋକାନୀ ଙ୍କ ଉପରେ ନିର୍ଭରଶିଳ।ବାବୁ ଏୟାହଉଛି ସେୟା ହଉଛି ବୋଲି କହି ଔଷଧ ମାଗୁଛନ୍ତି।କିଛି ଦୋକାନୀ ମାନେ ମଧ୍ୟ ଖାଲି କଣ ହଉଛି ପଚାରି ଔଷଧ ଦେଇଦଉଛନ୍ତି।ପାଥୋଲୋଜୀ ର ସୁବିଧା ନଥିବା ରୁ ଦେହ ଭିତରେ ମାଲରିଆ, ଟାଇଫୋଡ,ଏସନଫୁଲିଆ ଆଦି ଟେଷ୍ଟିଙ୍ଗ ହେଇପାରୁନି। ଏମିତି ଲୋକେ ଖାଲି ଥଣ୍ଡା ଟିକେ କାସ ଟିକେ ହେଉଥିବା କହି ଔଷଧ ମାଗୁଛନ୍ତି। ଯେଉଁଠି ମାଲରିଆ କୀଟ ସହ ଟାଇଫୋଡ ଶୃଙ୍ଖଳିତ କୋର୍ସ ଦରକାର ସେଠାରେଦୋକାନୀ ମାନେ ଲୋକଙ୍କୁ ଦେଇ ପାରୁନାହାନ୍ତି ।ଜ୍ଵର ଥଣ୍ଡା କାସ ଲକ୍ଷଣ ପାଇଁ କିଛି ସିନାରେଷ୍ଟ, ପାରାସିଟିମୋଲ, ଫ୍ଲେକ୍ସନ, କଲ୍ପୋଲ, ସମେତ କିଛି ଆଣ୍ଟି କୋଲ୍ଡ ଟାବ୍ଲେଟ ଓ ଆଣ୍ଟିବାୟୋଟିକ କିଛି ଦେଇଦଉଛନ୍ତି। ଏତିକି ରେ ଭଲ ହେଲେ ତ ଠିକ ନଚେତ ସ୍ୱାସ୍ଥ୍ୟ ବିଗିଡିବାରେ ଲାଗୁଛି। ଲୋକେ ମଧ୍ୟ ଜଲ୍ଦି ଭଲ ହେବା ଆଶାରେ ଭିନ୍ନ ଭିନ୍ନ ଦୋକାନ ରୁ ଭିନ୍ନ ଭିନ୍ନ ଔଷଧ ନେଉଛନ୍ତି। ଦୋକାନୀ ମାନେ ମଧ୍ୟ ଅଧିକ ଲାଭ ଆଶାରେ ପୂର୍ବ ରୁ କିଛି ଔଷଧ ଖାଉଥିବା କିମ୍ବା କିଛି ପାଖରେ ଅଛିକି ବୋଲି ନପଚାରୀ ଆଉଥରେ ଅଧିକ ଔଷଧ ଦେଇଦଉଛନ୍ତି ଫଳରେ ସାଧାରଣ ରୋଗ ମଧ୍ୟ ଭଲ ହେବାରେ ବିଳମ୍ବ ହଉଛି । କେବଳ ଏତିକି ନୁହ ଅନ୍ୟାନ ରୋଗ ର ଚିକିଶ୍ଚ୍ୟା ମଧ୍ୟ କିଛି ଔଷଧ ଦୋକାନ ଭିତରେ ହେଇଯାଏ। ଏପରିକି ରୋଗୀ କୁ ଇଞ୍ଜେକସନ ଦେବା ଏବଂ ଏହି ରୋଗ ପାଇଁ ଏତିକି ଔଷଧ ଦରକାର ବୋଲି କୂଢ କୂଢ ଔଷଧ ଦେଇ ଅତ୍ୟଧିକ ଲାଭବାନ ମଧ୍ୟ ହେଉଛନ୍ତି। ଥଣ୍ଡା ହେଲେ ଜ୍ଵର କାସ ହବ ବୋଲି ଶରୀର କୁ ଗରମ କରିବା ପାଇଁ କିଛି ଚେଷ୍ଟା କରୁଛନ୍ତି ପରିଣାମ ଅଲଗା ରହୁଛି। ଥଣ୍ଡା ଜ୍ଵର ହେଲେ କରୋନା ହଉଛି ବୋଲି ଏହି ଭୟ ଏବେ ଲୋକଙ୍କୁ ମାନସିକ ସ୍ତର ରେ ରୋଗଗ୍ରସ୍ତ କରିଲାଣି। ଏଥିରୁମୁକ୍ତି ପାଇବା ପାଇଁ ଏବେ ଔଷଧ ଦୋକାନ ମାନଙ୍କରେ ଧାଡି ଲାଗୁଛି। ଏବେ ସୋରଡା ରେ ଅଧିକ ଔଷଧ ବ୍ୟବଶାୟୀ ସଂକ୍ରମଣ ର ଶିକାର ହେଇଛନ୍ତି। ଏମାନେ ଅଧିକ ଲାଭ ଆଶାରେ ଚିକିଶ୍ଚ୍ୟା କରିବାରେ ପଛଘୁଞ୍ଚା ଦେଉନାହାନ୍ତି ପରିଣାମ କରୋନା। ଔଷଧ ଦୋକାନ ହେଉଛି ଏବେ ଜୀବନ ବଞ୍ଚାଇବାର ଏକ ବଡ ମାଧ୍ୟମ। ଯଦି ନିଜେ ଏହି ବ୍ୟବସାୟୀ ଏଥିରେ ଆକ୍ରାନ୍ତ ହେବେ ତେବେ ସମାଜ ରେ ଅଧିକ ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହେବେ ଯାହା ଏବେ ଦେଖିବାକୁ ମିଳୁଛି। ସବୁଠାରୁ ଗୁରୁତ୍ବପୁର୍ଣ୍ଣ କଥା ହେଲା ସୋରଡା ସମେତ ଏଠାକାର ଗ୍ରାମାଞ୍ଚଳରେ କିଛି ବ୍ୟବସାୟୀ ଅଳ୍ପପାଠୁଆ ହେବା ସତ୍ବେ ଗୋଟେ ଲାଇସେନ୍ସ ଧରି ଦୋକାନ ଖୋଲୁଛନ୍ତି। ତେଣୁ ଏଲୋପାଥିକ ରେ ପ୍ରତେକ ଔଷଧ ର ପ୍ରଭାବ ଓ କାର୍ଯ୍ୟ ଏବଂ ଏହାର ସାଇଡ ଏଫେକ୍ଟ ବିଷୟରେ ଏମାନକ ଜ୍ଞାନ ନାହି। ତେଣୁ ଏମାନଙ୍କ ପରାମର୍ଶ ରେ ଔଷଧ ନେବା ମୁର୍ଖାମି ଛଡା କିଛି ନୁହ। ଏମାନେ ନା ମାସ୍କ ପିନ୍ଧୁଛନ୍ତି ନା ଗ୍ଲୋବ୍ସ ପିନ୍ଧୁଛନ୍ତି। ଠିକ ଭାବରେ ନିଜକୁ ଓ ନିଜ ଦୋକାନକୁ ବିଶୋଧନ ମଧ୍ୟ କରୁନାହାନ୍ତି। ନିଜେ ସାନିଟାଇଜ ମଧ୍ୟ ବ୍ୟବାହାର କରୁନାହାନ୍ତି। ଏକପ୍ରକାର ବେଫିକର କହିଲେ ଚଳେ। ତେଣୁ ସୋରଡା ସମେତ ଆଖପାଖ ଅଞ୍ଚଳରେ ଏବେ ଔଷଧ ବ୍ୟବସାୟୀ ଏହି ରୋଗ ରେ ସଂକ୍ରମିତ। ଡ୍ରଗ ଇନ୍ସପେକ୍ଟର ଏଥିପ୍ରତି ଧ୍ୟାନ ଦେଇ ବହୁବିଧ ଔଷଧ ବ୍ୟବସାୟୀ ଏବଂ ଲାଇସେନ୍ସ ହୋଲ୍ଡର କୁ ଦୋକାନ ରେ ରହିବାକୁ ନିର୍ଦେଶ ଦେବା ସହ ଔଷଧ ଦୋକାନ ରେ ଚିକିଶ୍ଚ୍ୟା ନକରିବା ପାଇଁ କଡାନିର୍ଦେଶ ଦେବାର ଆବଶ୍ୟକତା ରହିଛି। ପ୍ରଶାସନ ତରଫରୁ ବାରମ୍ବାର ଲୋକଙ୍କୁ ବ୍ୟସ୍ତବିବ୍ରତ ହେଇ ଏଣୁତେଣୁ ଔଷଧ ନେବାପାଇଁ ମନା କରାଯାଉଛି। କେବଳ ଘରେ ରହି ସମୟ ଅନୁସାରେ ଖାଦ୍ୟ ଗ୍ରହଣ କରିବା ସହ ଏବେ ବିଶ୍ରାମ ନେବାର ଆବଶ୍ୟକତା ରହିଛି ଏବଂ ଏହିପରି ଔଷଧ ବ୍ୟବହାର କରିବା ଅପେକ୍ଷା ନିଜ ଶରୀର ର ଯତ୍ନ ନେବାର ଆବଶ୍ୟକତା ରହିଛି। ଏ ସବୁ ସତ୍ବେ ସହର ସମେତ ଅଞ୍ଚଳରେ ଲୋକଙ୍କୁ ଏହି କରୋନା ଚାପ ରୁ ମୁକ୍ତିକରିବା ପାଇଁ ଏବଂ ଜ୍ଵର ,ଥଣ୍ଡା ,କାସ ପରି ସାଧାରଣ ଲକ୍ଷଣ ର ଚିକିଶ୍ଚ୍ୟା ପାଇଁ କିଛି ସୁବିଧା ହେଇଥିଲେ ଲୋକେ ଏହିପରି ଚାପଗ୍ରସ୍ତ ହେଇନଥାନ୍ତେ ବୋଲି ଏଠାକାର ବୁଦ୍ଧିଜୀବୀ ଙ୍କ ମତ। ସମସ୍ତଙ୍କ ଆଶା ସରକାର ଏଥିପ୍ରତି ଧ୍ୟାନଦେବେ।


