ବେଗୁନିଆପଡ଼ାକୁ ୪୩ ରନ୍ରେ ହରାଇ ମୁଣ୍ଡମରାଇ ସେମି ଫାଇନାଲରେ ପ୍ରବେଶ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ) : ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ଖେଳପଡ଼ିଆ ପରିସରରେ ରୟାଲ କ୍ରିକେଟ କ୍ଳବ ପକ୍ଷରୁ ସୋମବାର ଗୌତମ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟର ଚତୁର୍ଥ କ୍ୱାଟର ଫାଇନାଲ ମ୍ୟାଚ୍ ପାଇନିୟୋର କ୍ରିକେଟ କ୍ଳବ, ବେଗୁନିଆପଡ଼ା ଓ ଗ୍ୟାଲେକ୍ସ ଏକାଦଶ କ୍ରିକେଟ କ୍ଳବ, ମୁଣ୍ଡମରାଇ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ପାଇନିୟୋର କ୍ରିକେଟ କ୍ଳବ, ଗେୁନିଆପଡ଼ା ଦଳକୁ ବ୍ୟାଟିଂ ପାଇଁ ମୁଣ୍ଡମରାଇ ଦଳକୁ ନିମନ୍ତ୍ରିତ କରିଥିଲା । ମୁଣ୍ଡମରାଇ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ୯ ୱିକେଟ ହରାଇ ୨୫୦ ରନ୍ ସଂଗ୍ରହ କରିଥିଲେ । ଜବାବରେ ବିପକ୍ଷ ପାଇନିୟୋର କ୍ରିକେଟ କ୍ଳବ, ବେଗୁନିଆପଡ଼ା ୧୯.୧ ଓଭରରେ ସମସ୍ତ ୱିକେଟ ହରାଇ ୨୦୩ ରନ୍ କରିବାକୁ ସକ୍ଷମ ହୋଇଥିଲା । ବେଗୁନିଆପଡ଼ା ଦଳ ପକ୍ଷରୁ ସନ୍ତୋଷ ମହାପାତ୍ରଙ୍କ ୫୨ ବଲରୁ ଧୂଆଁଧାର ୮୯ ରନ୍ ସଂଗ୍ରହ କରିଥିବାରୁ, ତାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଭାବେ ବିବେଚିତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ହିଂଜିଳିକାଟୁ ଅଂଚଳର ବରିଷ୍ଟ ଖେଳାଳି ପ୍ରଭାତ କୁମାର ମହାରଣା ଯୋଗଦେଇ ସନ୍ତୋଷଙ୍କୁ ପୁରସ୍କୃତ କରିଥିଲେ । ଆମ୍ପାୟର ଭାବେ ଉମା ଶଙ୍କର ସାବତ ଓ ମହେଶ୍ୱର ସେଠି ମ୍ୟାଚ୍ ପରିଚାଳନା କରିଥିଲେ । ସ୍କୋରର ଭାବେ ରାହୁଲ ପଣ୍ଡା ଦାୟିତ୍ୱ ନିର୍ବାହ କରିଥିଲେ । ରୁଦ୍ର ପାଣିଗ୍ରାହୀ, ଉମା ସାବତ, ସୁନିଲ ତରାଇ, ସତ୍ୟ ନାରାୟଣ ସାହୁ, ହିନ ବେହେରା, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମଙ୍ଗଳବାର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଇଗଲ କ୍ରିକେଟ କ୍ଳବ, ହିଂଜିଳିକାଟୁ ଓ ଅମରନାଥ କ୍ରିକେଟ କ୍ଳବ, ଆସିକା ମଧ୍ୟରେ ଅନୁଷ୍ଠିତ ହେବ ।


