ବେଲଗୁଣ୍ଠା ବିଜ୍ଞାନ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ମହିଳା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅଧ୍ୟକ୍ଷା ଡକ୍ଟର ସଂଯୁକ୍ତା ପଣ୍ଡା ଙ୍କ ସଭାପତିତ୍ବ ରେ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ଉଦ୍ଘାଟିତ ହୋଇଯାଇଛି। ୮ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ ର ଶେଷ ଦିନ ରେ ମୁଖ୍ୟ ଅତିଥ ଭାବେ ସି ଡି ପି ଓ ଗାୟତ୍ରୀ ମିଶ୍ର ଯୋଗ ଦେଇ ଦିପ ପ୍ରଜ୍ବଳନ କରି ଆଜି ନାରୀ ଅସୁରକ୍ଷିତ ନୁହେଁ ବୋଲି ଯୁକ୍ତି ବାଢ଼ିଥିଲେ। ସମ୍ମାନିତ ଅତିଥି ଭାବେ ସୁପର ଭାଇଯର ବିଜୟ ଲକ୍ଷ୍ମୀ ଗୌଡ଼ ଯୋଗ ଦେଇ ନାରୀ ଆଜି ବାହାରେ ସ୍ଵାଧୀନତା ରେ ବୁଲିବା କୁ ହେଲେ ଏହି ପ୍ରକାର ତାଲିମ ନେବା ଉଚିତ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ସମ୍ପାଦକ ସୁଶାନ୍ତ କୁମାର ବେହେରା ଯୋଗ ଦେଇ ଆଜିର ନାରୀ ଆଚରଣ ରେ ଶୁଦ୍ଧି ଏବଂ ପୋଷାକ ପିନ୍ଧିବା ରେ ବିଦ୍ଧି ରଖିଲେ ଆଗମୀ ଦିନ ରେ ଏକ ସୁସ୍ଥ ସମାଜ ଗଠନ କରି ପାରିବେ ବୋଲି ବୁଝାଇଥିଲେ। ଏହି କାର୍ଯ୍ୟକ୍ରମ ଚାଲିଥିବା ଅବସର ରେ ଜିଲ୍ଲା ସଂଯୋଜକ ଡକ୍ଟର ଅମୃତ୍ କୁମାର ସେଠୀ ପରିଦର୍ଶନ କରି ମହାବିଦ୍ୟାଳୟ ର ଏବଂ ଛାତ୍ରୀ ମାନଙ୍କୁ ପ୍ରଶଂସା କରିଥିଲେ। ଏହି ତାଲିମ ଶିବିର ରେ ମାଷ୍ଟର ଟ୍ରେନର ରିନା ଖଟାଇ ଏବଂ ଇତିଶ୍ରୀ ସ୍ୱାଇଁ ଛାତ୍ରୀ ମାନଙ୍କୁ ଉଚିତ ଶିକ୍ଷା ପ୍ରଦାନ କରିଥିବାରୁ ଅନୁଷ୍ଠାନ ର ଅଧ୍ୟକ୍ଷା ବହୁ ପ୍ରଶଂସା କରିଥିଲେ। ମହାବିଦ୍ୟାଳୟ ର କର୍ମକର୍ତ୍ତା ଗୀତାଞ୍ଜଳୀ ଗୁରୁ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ ସଙ୍ଗୀତା ବିନ୍ଧାଣୀରା ଧନ୍ୟବାଦ ଅର୍ପଣ କରିଥିଲେ।ଏହି କର୍ଯ୍ୟକ୍ରମ ର ସଂଯୋଜିକା ଗିତାଶ୍ରୀ ସାମନ୍ତ ଆରମ୍ଭ ରୁ ସମସ୍ତ କାର୍ଯ୍ୟ ସୁଚାରୁ ରୁପେ ତୁଲାଇଥିବା ଯୋଗୁଁ ମହାବିଦ୍ୟାଳୟ ତରଫରୁ ଶୁଭେଚ୍ଛା ଜ୍ଞାପନ କରା ଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ