କ୍ଷତ୍ରୀୟବରପୁର ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରୀୟବରପୁର ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷାର ବାର୍ଷିକ ଉତ୍ସବ ଆନୁଷ୍ଠିତ ହୋଇଯାଇଛି I ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା କୁମାରୀ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଏବଂ ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ସମିତି ସଭ୍ୟ କୁଞ୍ଜବିହାରୀ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ ଏବଂ ଗୋଷ୍ଠୀ ଶିକ୍ଷା ଅଧୀକାରୀ ପ୍ରସନ୍ନ କୁମାର ବେହେରା ଯୋଗ ଦେଇଥିଲେ I ଏହି ଅବସରରେ ନବମ ଏବଂ ଦଶମ ଶ୍ରେଣୀ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର୍ ରଖିଥିବା ଛାତ୍ର ଛାତ୍ରୀଙ୍କୁ ଗୋବରା ବାଞ୍ଚାନିଧି ସ୍ମୃତି ପ୍ରତିଷ୍ଠାନ, ମାମା ପରିଡାଙ୍କ ଏବଂ ପର୍ଶୁଲୁଣ୍ଡା ତମାଳ ବ୍ରହ୍ମାଙ୍କ ତରଫରୂ ଅର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇଥିଲା I ଶିକ୍ଷକ ଦୂର୍ଯ୍ୟୋଧନ ବେହେରା ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ଶ୍ୟାମଘନ ଗୌଡ଼ ଓ ଅଶୋକ କୁମାର ମଲ୍ଳିକ ମଞ୍ଚ ପରିଚାଳନା କରିଥିଲେ I କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ସହଯୋଗ କରିଥିଲେ I ଶିକ୍ଷକ ଜୟରାମ ବିଶ୍ୱାଳ ଧନ୍ୟବାଦ ଜ୍ଞାପନ କରିଥିଲେ I


