ପଂଜୀକରଣ ନକଲେ ଘରକୁ ଆସିପାରିବେନି ଓଡ଼ିଆ
ଭୁବନେଶ୍ୱର: ଲକଡାଉନ ଉଠିବା ପରେ ହଜାର ହଜାର ସଂଖ୍ୟାରେ ଓଡ଼ିଆମାନେ ରାଜ୍ୟମୁହାଁ ହେବେ । ତେବେ ଏଥିପାଇଁ ସରକାର ସ୍ୱତନ୍ତ୍ର ଗାଇଡ଼ଲାଇନ କରିଛନ୍ତି । ଯେଉଁମାନେ ଏଥିପାଇଁ ଉଦ୍ଧିଷ୍ଟ ୱେବପୋର୍ଟାଲରେ ପଂଜୀକରଣ ନକରିବେ ସେମାନେ ରାଜ୍ୟକୁ ଫେରିପାରିବେ ନାହିଁ । ଜଣେ ବ୍ୟକ୍ତି ନିଜେ ଚାହିଁଲେ କିମ୍ବା ପରିବାର ସଦସ୍ୟଙ୍କ ଦ୍ୱାରା ପଂଜୀକରଣ କରିପାରିବେ । ଖୁବଶୀଘ୍ର ସରକାର କେଉଁ ୱେବପୋର୍ଟାଲରେ ପଂଜୀକରଣ କରାଯିବ ସେନେଇ ସବିସ୍ତୃତ ସୂଚନା ଦେବେ । ପଂଜୀକରଣ କରିବା ପରେ କେଉଁ ରାଜ୍ୟରୁ କେତେ ଲୋକ କେଉଁ ଜିଲ୍ଲା, କେଉଁ ବ୍ଲକ, କେଉଁ ପଂଚାୟତକୁ ଫେରିବେ ସେନେଇ ସରକାର ତଥ୍ୟ ରଖିବେ । ତଦନୁଯାୟୀ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ । ଅପରପକ୍ଷରେ ବାହାର ରାଜ୍ୟରୁ ଯେଉଁମାନେ ଆସିବେ ସେମାନଙ୍କ ପାଇଁ ୧୪ ଦିନିଆ କ୍ୱାରେଂଟାଇନକୁ ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ କ୍ୱାରେଂଟାଇନରେ ରହିବେ ସେମାନଙ୍କୁ ୨ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯିବ । ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ପାଇଁ ସରଂପଚଙ୍କୁ ସ୍ୱତନ୍ତ୍ର କ୍ଷମତା ଦିଆଯାଇଛି ।


