ବେସରକାରୀ ବିଦ୍ୟାଳୟର ସ୍ୱଚ୍ଚାଚାରିତା ବିରୁଦ୍ଧରେ ଅଭିଭାବକ ମହାସଂଘର ଚେତାବନୀ

ପାରାଦୀପ, (ପୀତବାସ ପ୍ରଧାନ) : ଓଡିଶା ଅଭିଭାବକ ମହାସଂଘର ପାରାଦ୍ୱୀପ ଶାଖା ଆହ୍ୱାନରେ ପାରାଦ୍ୱିପ ପୈାରାଂଚଳରେ ଗଢି ଉଠିଥିବା ବିଭିନ୍ନ ଘରୋଇ ବିଦ୍ୟାଳୟର ଅଭିଭାବକମାନଙ୍କର ଏକ ସାଧାରଣ ସଭା ରବିବାର ଦିନ ପାରାଦ୍ୱୀପ ମଧୁବନସ୍ଥିତ ଶ୍ରମିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଓଡିଶା ଅଭିଭାବକ ମହାସଂଘର ରାଜ୍ୟ ଉପସଭାପତି ଧୃତିଧର ଦାସ, ରାଜ୍ୟ ସହ-ସଂପାଦକ ତଥା ଜଗତସିଂହପୁର ଜିଲ୍ଲା ପ୍ରଭାରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଜିଲ୍ଲା ସଂପାଦକ ଶକ୍ତିଧର ମିଶ୍ର ଓ ନାଗରାଜ ଷଡଙ୍ଗୀ, ସଂଗଠନ ସଂପାଦିକା ଝରଣା ସ୍ୱାଇଁ, ପାରାଦ୍ୱୀପ ଆବାହକ ନରସିଂହ ନାଥ ମିଶ୍ର, ଜଗତସିଂହପୁର ଆଭାହକ ସୁରେଶ ଚନ୍ଦ୍ର ସ୍ୱାଇଁ ଓ ଶିକ୍ଷାବିତ୍ ତଥା ଓଡିଶା ଅଭିଭାବକ ମହାସଂଘ ଜଗତସିଂହପୁର ଜିଲ୍ଲା ଉପଦେଷ୍ଟା ମନୋରଜଂନ ଦାସ ପ୍ରମୁଖ ଉପସ୍ଥିତ ରହି ଘରୋଇ ବିଦ୍ୟାଳୟ ଗୁଡିକର ମନମୁଖୀ କାର୍ଯ୍ୟାକଳାପ ବିରୁଦ୍ଧରେ ନିଜନିଜର ସୁଚିନ୍ତିତ ବକ୍ତବ୍ୟ ରଖିଥିଲେ । ଅନେକ ଅଭିଭାବକ କିପରି ଘରୋଇ ବିଦ୍ୟାଳ୍ୟମାନଙ୍କ ଦ୍ୱାରା ନିଯ୍ୟାତିତ ହେଉଛନ୍ତି, ତାହା ବର୍ଣ୍ଣନା କରିଥିଲେ । ତେବେ ଅଭିଭାବକମାନଙ୍କର ଅସନ୍ତୋଷକୁ ଗଭୀରତାର ସହ ଗ୍ରହଣ କରି ଏ ବିଷୟରେ ଉଚ୍ଚ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ପଦକ୍ଷେପ ନେବା ପାଇଁ ଓଡିଶା ଅଭିଭାବକ ମହାସଂଘ ଦୃଢ ଆଭିମୁଖ୍ୟ ଗ୍ରହଣ କରିବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଆଗାମୀ ଦିନରେ ଜଗତସିଂହପୁର ଜିଲ୍ଲା ସମେତ ପାରାଦ୍ୱୀପ ପୈାରାଂଚଳରେ ପ୍ରତ୍ୟେକ ବେସକାରୀ ବିଦ୍ୟାଳୟର କତୃପକ୍ଷମାନଙ୍କୁ ଭେଟି ଅଭିଭାବକମାନଙ୍କ ସମସ୍ୟାର ଆଶୁ ସମାଧାନର ବ୍ୟବସ୍ଥା କରାଯିବ ବୋଲି ମହାସଂଘ ସୂଚନା ଦେଇଛି । ମାନ୍ୟବର ଉଚ୍ଚନ୍ୟାୟଳୟ ନିର୍ଦ୍ଦେଶରେ ସରକାରଙ୍କ ଦ୍ୱାରା କୋଭିଡ-୧୯ ପରିପ୍ରେକ୍ଷୀରେ ସ୍କୁଲ ଫି ଛାଡ, ଏନ୍‌ସିଇଆରଟି ପୁସ୍ତକ ପ୍ରଚଳନ ବାଧ୍‌୍ୟତାମୂଳକ କରିବା, ଆରଟିଇ ୨୫ ପ୍ରତିଶତ ଲାଗୁ କରିବା, ପ୍ରତ୍ୟେକ ବେସରକାରୀ ବିଦ୍ୟାଳୟରେ ଅଭିଭାବକମାନଙ୍କୁ ନେଇ ସ୍କୁଲ ପରିଚାଳନା କମିଟ୍ ବା ଏସ୍‌ଏମସି ଗଠନ କରିବାକୁ ଏହି ସଭାରେ ସ୍ଥିରିକୃତ କରାଯାଇଥିଲା । ତେବେ ପାରାଦ୍ୱୀପରେ ଅଭିଭାବକମାନେ ଛାତ୍ର ଛାତ୍ରୀଙ୍କ ଅଧିକାର ଜନିତ ଯେ କୈାଣସି ସମସ୍ୟା ପାଇଁ ୯୪୩୮୫୨୯୯୭୨ , ୯୪୩୮୫୨୪୯୭୨ ଫୋନ ନମ୍ବରରେ ଯୋଗା ଯୋଗ କରିବାକୁ ମହାସଂଘ ପକ୍ଷରୁ ସାଧାରଣରେ ସୂଚନା ଦିଆ ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ