ବୈଜ୍ଞାନିକ ଟିମ ପଠାଇବା ସହିତ ଚାଷୀଙ୍କୁ କ୍ଷତିପୁରଣ ଦାବି କଲା ବିଜପି

ହାଟଡ଼ିହି, (ବିକାଶ ରଞ୍ଜନ ବିଶ୍ୱାଳ):ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରେ ଧାନଚାଷରେ ଅଜଣା ରୋଗପୋକ ଲାଗି ଧାନଗଛ ଗୁଡିକ ହଳଦିଆ ପଡିଯିବା ସହ ଗଛ ମୁଳ ଗୁଡିକ ପଚି ଯାଉଛି । ଏହାଦ୍ୱାରା ଚାଷୀମାନେ ମୁଣ୍ଡରେ ହାତଦେଇ ବସିଥିବାବେଳେ ଆଜି ବିଜେପିରଏକ ପ୍ରତିନିଧି ଦଳ ବିଭିନ୍ନ ଗ୍ରାମ ପରିଦର୍ଶନ କରି ଚାଷୀ ମାନଙ୍କ ସହିତ ଆଲୋଚନା କରିଛନ୍ତି । ବିଜେପି ରାଷ୍ଟ୍ରୀୟ କିଷାନ ମୋର୍ଚ୍ଚା ଉପାଧ୍ୟକ୍ଷ ମହେଶ୍ୱର ସାହୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ, ହାଟଡିହି ବଣ୍ଡଳ ସଭାପତି କୈଳାଶ ସାମଲ, ପ୍ରଶାନ୍ତ ମହାପାତ୍ର, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ସୁଶାନ୍ତ ଜେନା ପ୍ରମୁଖ ଶଙ୍ଖଣା, ବଞ୍ଚୋ, ଓରାଳି, ପନ୍ଦାଡୋ ପ୍ରଭୃତି ଗ୍ରାମ ପରିଦର୍ଶନ କରି କ୍ଷେତ ପରିଦଶନ କରିବା ସହିତ ଚାଷୀ ମାନଙ୍କ ସହିତ ରୋଗପୋକ ସମ୍ପର୍କରେ ଆଲୋଚନା କରିଥିଲେ । ରୋଗର ନିଦାନ କରିବାପାଇଁ ବିଷେଶଜ୍ଞ ଟିମ ପଠାଇବା ସହିତ ଚାଷୀ ମାନଙ୍କୁ କ୍ଷତିପୁରଣ ଦେବାକୁ ସେମାନେ ସରକାରଙ୍କ ଠାରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ