ବ୍ରହ୍ମପୁର କଂଗ୍ରେସ ପକ୍ଷରୁ ପ୍ରବାସୀଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ
ବ୍ରହ୍ମପୁର, (ୱାଇଏନ୍ଏସ୍) : କରୋନାର ପ୍ରକୋପରେ ଆଜି ସାରା ଦେଶ ଜର୍ଜରିତ ହୋଇପଡିଛି । ଏଥିରେ ବେଶି ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକ ।ବହୁ ଦୂର ଦୂରାନ୍ତରୁ ଚାଲି ଚାଲି ଜାତୀୟ ରାଜପଥ ଦେଇ ଯାଉଥିବା ପ୍ରବାସୀମାନଙ୍କୁ ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଖାଦ୍ୟ ବଣ୍ଟନ କରାଯାଇଛି । ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡାଙ୍କ ନେତୃତ୍ୱରେ ଜାତୀୟ ରାଜପଥ ଦେଇ ଚାଲି ଚାଲି କିମ୍ବା ସାଇକେଲ୍, ବସ୍ ଯୋଗେ ଯାଉଥିବା ପ୍ରବାସୀ ମାନଙ୍କୁ ଚିକେନ୍ ବିରିଆନି ସହ ପାନୀୟ ଜଳ ପ୍ରଦାନ କରାଯାଇଥିବା କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା ସୂଚନା ଦେଇଛନ୍ତି ।


