ଭିଜିଲାନ୍ସ ଜାଲରେ ବିଜେପୁର ଇଓ (ଏନଏସି ) ଓ ଆକାଉଣ୍ଟାଟ୍‌

ମୋହନା, (ଅଂଶୁମାନ ପଣ୍ଡା): ବିଜେପୁର ଇଓ (ଏନଏସି ) ଓ ଆକାଉଣ୍ଟାଟ୍‌ ଏକ ଗାଡ଼ିର ବକେୟା ବିଲ୍ ପାସ୍ କରିବା ପାଇଁ 14ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ବିଜେପୁର ଏନଏସି ଆକାଉଣ୍ଟଟେଣ୍ଟ ମାନସ କୁମାର ଦାଶ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ରୁକ୍ମଣ ମେହେର ଗିରଫ ହୋଇଥିବା ଜଣାପଡିଛି । ଅଭିଯୁକ୍ତଙ୍କ ଠାରୁ ରାସାୟନିକ ପ୍ରଲେପଯୁକ୍ତ 14ହଜାର ଟଙ୍କା ଜବତ କରିଛି ସମ୍ବଲପୁର ଭିଜିଲାନ୍ସ ଟିମ । ଏନଏସିରେ ଲାଗିଥିବା ଏକ ବୋଲେରୋ ଗାଡିର ବକେୟା ବିଲ କରିବା ପାଇଁ ସମ୍ବଲପୁର ଜିଲ୍ଲା ଧମା ଗ୍ରାମର ଡା ମଦନ ମେହେରଙ୍କୁ ଲାଞ୍ଚ ମାଗିଥିବା ଅଭିଯୋଗ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ