ବ୍ରହ୍ମପୁର ବାଳ ସୁଧାର କେନ୍ଦ୍ରରେ ଅନ୍ତେବାସୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ): ବ୍ରହ୍ମପୁର ସହର ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଥିବା ବାଳ ସୁଧାର ଗୃହର ଜଣେ ଅନ୍ତେବାସୀ ରବିବାର ରାତିରେ ଆତ୍ମହତ୍ୟା କରିଛନ୍ତି। ଏନେଇ ଥାନାଧିକାରୀ ଶାରଦା ପ୍ରସନ୍ନ ଦାସ ସୋମବାର ସୂଚନା ଦେଇଛନ୍ତି। ଅନ୍ତେବାସୀ ଜଣକ ନବରଙ୍ଗପୁର ଜିଲ୍ଲାର ହୋଇଥିବା ବେଳେ ପ୍ରାୟ ମାସକ ତଳେ ଏକ ପୋସ୍କ ମାମଲାରେ ବାଳସୁଧାର ଗୃହକୁ କୋର୍ଟ ନିର୍ଦ୍ଦେଶରେ ଆସିଥିଲେ ।ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି । ତେବେ ଗତ କିଛି  ଦିନ ତଳେ କେତେକ ଅନ୍ତେବାସୀ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରି ଫେରାର୍ ହୋଇଯାଇଥିବା ବେଳେ ଆଜି ପୁଣି ଜଣେ ଅନ୍ତେବାସୀ ଆତ୍ମହତ୍ୟା କରିବା ଘଟଣା କୋଉ କାରଣରୁ ଏପରି ଘଟଣା ବାରମ୍ବାର ଘଟୁଛି ତାର ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ ହୋଇପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ