ତେଲ ଦର ବୃଦ୍ଧିକୁ ନେଇ କଂଗ୍ରେସର ଧାରଣା

ଭୁବେନଶ୍ୱର: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ନିଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧିଙ୍କ ନିର୍ଦ୍ଦେଶକ୍ରମେ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ନୀରବ ଧାରଣା ଓ ପ୍ରତିବାଦ କାର୍ଯ୍ୟକ୍ରମ ଭୁବନେଶ୍ୱର କେନ୍ଦ୍ରୀୟ ଗୁଇନ୍ଦା କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶଥାଉକି ୨୦୧୧ ମସିହା ୟୁପିଏ-୨ ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୦୭ ଡଲାର ଥିଲାବେଳେ ପେଟ୍ରୋଲ ଲିଟର ପିଛା ଦର ୭୮ ଟଙ୍କା ଓ ଡିଜେଲ ୭୩ ଟଙ୍କା ଥିଲା । କିନ୍ତୁ ବର୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ୍ ପିଛା ୪୨ ଡଲାର ଥିଲାବେଳେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଭାଟ୍ ଓ ଏକ୍ସାଇଜ୍ ଡ୍ୟୁଟି ଅହେତୁକ ବୃଦ୍ଧି କରିବା ଯୋଗୁଁ ଆଜି ପେଟ୍ରୋଲ ଲିଟର ପିଛା ୮୧ ଟଙ୍କା ଓ ଡିଜେଲ ଲିଟର ପିଛା ୮୦ ଟଙ୍କାରେ ପହଂଚିଛି । ବର୍ତମାନ ଦେଶ କରୋନା ମହାମାରୀରେ ଗତି କରୁଥିଲା ବେଳେ ତୈଳ ଦର ବୃଦ୍ଧି ଜନସାଧାରଣଙ୍କ ଉପରେ ଚଡକ ପକାଇଛି । ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ରାଜରାସ୍ତାକୁ ଯାଇ ଯାତାୟତ କରୁଥିବା ଅଟୋଚାଳକ, ବାଇକ୍ ଚାଳକ, ଗୃହିଣୀ ଓ କର୍ମଜୀବୀ ମହିଳାମାନଙ୍କୁ ତେଲ ଦର ବୃଦ୍ଧି ସଂପର୍କରେ ସେମାନଙ୍କର ମତାମତ ଲୋଡିଥିଲେ । ଉତରରେ ସମସ୍ତେ ତେଲ ଦର ବୃଦ୍ଧି ବିରୁଦ୍ଧରେ ମତ ଦେଇ ଏଥିପାଇଁ ସେମାନେ ହନ୍ତସନ୍ତ ହେଉଛନ୍ତି ବୋଲି କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ଜୟଦେବ ଜେନା, ପ୍ରଦୀପ ମାଝୀ, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ରାମଚନ୍ଦ୍ର ଖୁଂଟିଆ, ସୁରେଶ କୁମାର ରାଉତରାୟ, ଶରତ ରାଉତ, ଶିବାନନ୍ଦ ରାୟ, ବିଜୟଲକ୍ଷ୍ମୀ ସାହୁ, ବିପିନ୍ ଦାସ, କିଶୋର ଜେନା, ଅମୀୟ କୁମାର ପଟ୍ଟନାୟକ, ବିଶ୍ୱଜିତ୍ ଦାଶ, ପଦ୍ମାକର ଗୁରୁ, ବିଷ୍ଣୁ ଚରଣ ବାରିକ, ଚିନ୍ମୟ ସୁନ୍ଦର ଦାସ, ମନୋରଂଜନ ଦାଶ, ହଳଧର ସେଠୀ, ଅଭିଷେକ ମହାନନ୍ଦ, ମାନସ ଆଚାର୍ଯ୍ୟ, ପ୍ରଣତି ମିଶ୍ର, ଜ୍ୟୋତିଷ ସାହୁ, ବିଶ୍ୱଭୂଷଣ ଦାସ, ଦୀପକ ମହାପାତ୍ର, ଅମୀୟ ପାଣ୍ଡବ, ବିଣାପାଣି ସାମଲ, ଶୁଭଶ୍ରୀ ପଣ୍ଡା, ପ୍ରକାଶ ମିଶ୍ର, ନରେଶ ମହାନ୍ତି, ରଜନୀ ମହାନ୍ତି, ବିସ୍ମୟ ମହାପାତ୍ର, ଲିଙ୍ଗରାଜ ସାହୁ, ଦେଓ ପ୍ରସାଦ, ଶ୍ରୀୟାସ୍ମିତା ପଣ୍ଡା, ସଂକୁନା କହଁର, ବଟକୃଷ୍ଣ ରାଉତରାୟ, ଦେବୀପ୍ରସାଦ ବାହାଲିଆ, ତାପସ ସେଠୀ, ନାସିର ଅହମ୍ମଦ ଖାନ୍, ମନୋରଂଜନ କୁଣ୍ଡୁ, ଚୈତାଳୀ ପଟ୍ଟନାୟକ, ମଂଟୁ ମଲିକ, ରଂଜନ କୁମାର ମହାଲିକ, କୁଳମଣି ସାହୁ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ