ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ +୩ ପରୀକ୍ଷା ଫଳ ପ୍ରକାଶିତ

ବୁଗୁଡା, (ଅନିଲ କୁମାର ମହାରଣା):ଭାରତ ମାତାର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀ ଉପଲକ୍ଷେ ରାଷ୍ଟ୍ର ପାଳନ କରୁଛି ଆଜାଦି କା ଅମୃତ ମହୋତ୍ସବ ଓ ୭୬ ତମ ସ୍ୱାଧୀନତା ଦିବସ। ଏହି ଅବସରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର +୩ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି। ଫଳାଫଳ ପ୍ରକାଶ ପରେ ବୁଗୁଡାର ପିପୁଲସ କଲେଜରେ ଖେଳିଯାଇଛି ଖୁସିର ଲହରୀ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଅଛନ୍ତି ପିପୁଲସ କଲେଜର ଦୁଇ ଜଣ ଛାତ୍ରୀ। ପିପୁଲସ କଲେଜ ଇତିହାସରେ ରାଜନୀତି ବିଜ୍ଞାନ ବିଭାଗର ଏହା ହେଉଛି ପ୍ରଥମ ସଫଳତା। ବୁଗୁଡା ନିକଟସ୍ଥ କଣଛାଇ ଗ୍ରାମର ସନ୍ତୋଷ କୁମାର ପୋଲାଇ ଓ ଶାନ୍ତିଲତା ପୋଲାଇଙ୍କ ସୁଯୋଗ୍ୟା କନ୍ୟା ଶିବାନୀ ପୋଲାଇ ମୋଟ ୧୪୦୦ ମାର୍କରୁ ୧୨୫୧ ମାର୍କ ରଖି ବିଶ୍ୱବିଦ୍ୟାଳୟ ରେ ୨ୟ ସ୍ଥାନ ଅଧିକାର କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେହିପରି ମାଣିବନ୍ଧ ଗ୍ରାମର ଅମୂଲ୍ୟ ସ୍ବାଇଁ ଓ ଲକ୍ଷ୍ମୀ ସ୍ବାଇଁଙ୍କ ସୁଯୋଗ୍ୟା କନ୍ୟା ପୂଜା ସ୍ବାଇଁ ମୋଟ ୧୪୦୦ ମାର୍କରୁ ୧୨୩୮ ମାର୍କ ରଖି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୪ର୍ଥ ସ୍ଥାନ ଅଧିକାର କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଦୁଇ ଛାତ୍ରୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗରେ ପ୍ରଥମ ୧୦ ଜଣJଙ୍କ ମଧ୍ୟରେ ସ୍ଥାନ ପାଇଁ ଅଭିଭାବକ, ରାଜନୀତି ବିଜ୍ଞାନ ବିଭାଗ ସର୍ବପରି ପିପୁଲସ କଲେଜ ପାଇଁ ଗୌରବ ଆଣିପାରିବା ସହ ଅନ୍ୟ ଛାତ୍ରଛାତ୍ରୀ ବୃନ୍ଦଙ୍କୁ ପ୍ରେରଣା ଯୋଗାଇଛନ୍ତି। ଦୁଇ ଜଣ ଛାତ୍ରୀ ତାଙ୍କ ସଫଳତାର ଶ୍ରେୟ ରାଜନୀତି ବିଜ୍ଞାନ ଅଧ୍ୟାପକ ଅକ୍ଷୟ କୁମାର ସାହୁ, ବିନୋଦ କୁମାର କର,ଓ ଲୋକନାଥ ବେହେରାଙ୍କ ସମେତ ଅଧ୍ୟକ୍ଷ ପ୍ରଫେସର ରଜନୀକାନ୍ତ ଦାଶ ଙ୍କୁ ପ୍ରଦାନ କରିଛନ୍ତି। ଦୁଇ ଛାତ୍ରୀ ଭବିଷ୍ୟତରେ ଅଧ୍ୟାପକ ହେବା ପାଇଁ ଲକ୍ଷ ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ