ବ୍ରହ୍ମପୁରରେ ସିଟିବସ୍ କାହା ସ୍ୱାର୍ଥରେ ଚାଲୁଥିବା ନେଇ ପ୍ରଶ୍ନ ଉଠାଇଲା ଜିଲ୍ଲା କଂଗ୍ରେସ

ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ) ବ୍ରହ୍ମପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ଯାତ୍ରୀମାନଙ୍କ ସୁବିଧା ପାଇଁ ରାଜ୍ୟସରକାର ୨୦୧୫ ମସିହାରେ ୩୨ଟି ବସ କିଣି ତାକୁ ଏକ ଘରୋଇ ମାଲିକାନାଙ୍କୁ ଦିନକୁ ମାତ୍ର ୧୦୦ଟଙ୍କା ହିସାବରେ ଲିଜ ଦେଇଥିଲେ ଏବଂ ବସଭଡା ଟଙ୍କାରେ ବ୍ରହ୍ମପୁର ସହରର ଉନ୍ନତ୍ତି କରାଯିବ ବୋଲି କୁହାଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ୫ବର୍ଷରେ ପ୍ରାୟ ୬୦ ଲକ୍ଷରୁ ଉର୍ଦ୍ଧ ଆଦାୟ ହୋଇଥିଲେ ମଧ୍ୟ ଆଦାୟ ହୋଇଥିବା ଅର୍ଥ କେଉଁ ବାବଦରେ ଖର୍ଚ୍ଚ ହୋଇଛି ତାର ହିସାବ ଏ ପର୍ଯ୍ୟନ୍ତ ସରକାର ଜନସାଧାରଣଙ୍କୁ ଦେଇନାହାନ୍ତି । ଜନସାଧାରଣଙ୍କ ଲକ୍ଷ ଲକ୍ଷ ଟଙ୍କାରେ କିଣାଯାଇଥିବା ଏହି ବସ ଗୁଡିକୁ କାହା ସ୍ୱାର୍ଥରେ ଦିନକୁ ମାତ୍ର ୧୦୦ ଟଙ୍କାରେ ଲିଜ ଦିଆଗଲା ଏବଂ ଦୀର୍ଘ ପାଞ୍ଚ ବର୍ଷ ହେଲା କିଭଳି ଭାବେ ବିନା ଟେଣ୍ଡରରେ ବସ ଚଳାଚଳ ଚାଲିଛି ତାହା ସର୍ବସାଧାରଣରେ ସନ୍ଦେହ ସୃଷ୍ଟି କରିଥିବା କଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି । ରୋଡ ପରମଟ ପାଇନଥିବାରୁ ନୂତନ ଭାବେ କିଣାଯାଇଥିବା ୧୦ଟି ବସ ନଷ୍ଟ ହୋଇଗଲାଣି ।, ଯଦି ରାଜ୍ୟ ସରକାର ରୋଡ ପରମିଟ ଦେବାରେ ଅସମର୍ଥ ତେବେ ବସ କାହିଁକି କିଣାଗଲା ବୋଲି ପ୍ରଶ୍ନ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ତ୍ରିନାଥ ବେହେରା ଓ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ