ବ୍ଲକ ଓ ଏନ ଏ ସି କୁ କୋଟି କୋଟି ମଂଜୁର
କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):କାଶୀନଗର ବ୍ଲକକୁ ୬କୋଟି ଓ ଏନ୍ ଏ ସି କୁ ପ୍ରାୟ ୩କୋଟିର ଅନୁଦାନ ଏହା ସହ ଏନ୍ ଆର ଜି ଏ, ବିଦ୍ୟାଳୟ ରୂପାନ୍ତରିତ ଅର୍ଥ, ବିଧାୟକ ପାଣ୍ଠି ଓ ସାଂସଦ ପାଣ୍ଠି ସହ ମୁଖ୍ୟମନ୍ତ୍ରୀ ଙ୍କ ସ୍ୱତନ୍ତ୍ର ଅର୍ଥ ବିଭିନ୍ନ ପ୍ରୋଜେକଟ ନିର୍ମାଣ ପାଇଁ ମଂଜୁର କରିଛନ୍ତି. ବ୍ଲକ ଓ ଏନ ଏ ସି କୁ କୋଟି କୋଟି ଟଙ୍କା ମଂଜୁର ହୋଇଛି.ବିନିଯୋଗ କରିବା ନିମନ୍ତେ ପ୍ରଶାସନିକ ଅଧିକାରି ମାନେ ତତ୍ପର ହୋଊ ନ ଥିବା ଦୃଷ୍ଟି କୁ ଆସିଛି। ଉଲ୍ଲଖ ଯୋଗ୍ୟ ଯେ ବ୍ଲକ୍ ର ସହକାରୀ ଯନ୍ତ୍ରୀ ଅବସର ନେବା ପରେ ଉକ୍ତ ପଦବୀ ଖାଲି ରୋହିଥିବା ବେଳେ ବ୍ଲକର ଦୁଇ ଜଣ ଯନ୍ତ୍ରୀଙ୍କୁ ଡେପୁଟେସନ ରେ ପଠେଇ ଦେଇଛନ୍ତି। ବ୍ଲକର ଜେଇ କୁ ଏନ ଏ ସି କୁ ଡେପୁଟେସନ କରାଯାଇଛି. ଅନ୍ୟ ଜଣେ ଜେଇ ଡି ଆର ଡି ଏ କୁ ଯାଇଛନ୍ତି.ଏନ୍ ଏ ସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ନୂଆଗଡର ଅତିରିକ୍ତ ତହସିଲଦାର ଦାୟିତ୍ୱରେ ରହୁ ଥିବା ଯୋଗୁଁ ସେ କାଶୀନଗର ସାମୁହିକ ଆସୁ ଥିବାରୁ ଉନ୍ନତି ମୂଳକ କାର୍ଯ୍ୟ ରେ ବାଧା ଉପୁଜି ଥିବା ଦୃଷ୍ଟି ଗୋଚର ହେଉଛି।କାଶୀନଗର ଏନ୍ ଏ ସି ରେ ଜଣେ ସ୍ଥାୟୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଯୁକ୍ତି ପାଇଁ ଦାବୀ ରହୁଛି। ବର୍ତ୍ତମାନ ସରକାର ବିଭିନ୍ନ ଯୋଜନାରେ ଆସୁଥିବା ଅନୁଦାନ ବିନିଯୋଗ ହେବାରେ ବର୍ଷା ଋତୁ ଅନ୍ତରାୟ ସୁଷ୍ଟି କରିବା ହେବା ପାଇଁ ସନ୍ଦେହ ସୁଷ୍ଟି କରୁଛି. କାଶୀନଗର ବ୍ଲକ ଓ ଏନ ଏ ସି ର ଅର୍ଥ ବିନିଯୋଗ ଅନେକ ସମସ୍ୟା ରହିଥିବା ବେଳେ କିପରି ସମାଧାନ ହେବ ରାଜ୍ୟ ସରକାର ଓ ଜିଲ୍ଲପାଳ ମହୋଦୟ ଦୁଷ୍ଟି ଦେବାକୁ ଦାବି ହେଉଛି.