ସଙ୍ଘରୋଧ ଗୃହରୁ ଚୋରୀ ଅଭିଯୋଗ

ଘଟଗାଁ,(ନାରାୟଣ ପଲାଇ):ତରା ସଙ୍ଘରୋଧ ଗୃହରେ ଚୋରି ହୋଇଥିବା ଅଭିଯୋଗ । ଆଶ୍ଚର୍ଯ୍ୟର କଥା ଏହାକି କରୋନାକୁ ଭୟ କରି ଲୋକେ ସଙ୍ଘରୋଧ ଗୃହ ଆଖପାଖରେ ପାଦ ପକାଉନଥିବା ବେଳେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ତରା ପଂଚାୟତ ଅଧିନରେ ଥିବା ତରା କ୍ୱାରେଂଟାଇନ ସେଂଟରରେ ଚୋରି ହୋଇଥିବା ଘଟଣା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଖବର ଅନୁସାରେ ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ପ୍ରତ୍ୟେକ ପଂଚାୟତରେ ଥିବା କୌଣସି ଏକ ସରକାରୀ ସ୍କୁଲ୍ ଗୃହକୁ ସଙ୍ଘରୋଧ ଗୃହ କରିବାକୁ ଯାଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେଠାରେ ରହିବାକୁ ଥିବା ପ୍ରବାସୀ ଓଡିଆଙ୍କ ପାଇଁ ବେଡ୍‌, ଫ୍ୟାନ୍‌, ସ୍ୱଚ୍ଛପାଣୀ ଏବଂ ଖାଦ୍ୟ ଇତ୍ୟାଦିର ବ୍ୟବସ୍ଥା କରିଛନ୍ତି । ସେହିପରି ବ୍ୟବସ୍ଥା ତରା ପଂଚାୟତର ସଙ୍ଘରୋଧ ଗୃହ ତରା ଗାଁରେ ଥିବା ପଂଚାୟତ ହାଇସ୍କୁଲ୍‌ରେ କରାଯାଇଥିଲା । ଗତ କିଛି ସପ୍ତାହ ପୂର୍ବରୁ ତରା ପଂଚାୟତକୁ ପ୍ରବାସୀ ଓଡିଆଙ୍କ ଆସିବା ସମ୍ପୁର୍ଣ୍ଣ ବନ୍ଦ ହେବା ସହିତ ସଂଘରୋଧ ଗୃହରେ ଥିବା ଲୋକମାନେ ମଧ୍ୟ କ୍ୱାରେଂଟାଇନ୍‌ରେ ରହି ସମସ୍ତେ ଘରକୁ ଯାଇଥିଲେ । ସଙ୍ଘରୋଧ ଗୃହ ସମ୍ପୁର୍ଣ୍ଣ ଫାଙ୍କା ହୋଇଯିବା ପରେ ଗୃହର ଦାୟୀତ୍ୱ କେହି ନେଇନଥିଲେ ଏବଂ ଗୃହ ଗୁଡିକରେ ତାଲା ମଧ୍ୟ ପକାଇନଥିଲେ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ତେବେ ଗତ ମାସ ଅଗଷ୍ଟ ୨ ତାରିଖ ଦିନ ସଙ୍ଘରୋଧ ଗୃହରେ ଥିବା ବେଡ୍‌, ଫ୍ୟାନ୍‌, ବାଲଟି ଇତ୍ୟାଦି ଥିବା ଜିନିଷ ଗୁଡିକୁ ତରା ରାଜିବ୍‌ଗାନ୍ଧି ସେବା କେନ୍ଦ୍ରକୁ ସ୍ଥାନାନ୍ତର କରିବା ପାଇଁ ତରା ସରପଂଚ ମହାଶୟ ଏବଂ ଜିଆର୍‌ଏସ୍ ମହାଶୟ ଆସି ସଙ୍ଘରୋଧ ଗୃହରେ ପହଂଚିଥିଲେ । ୪ଟି ଫ୍ୟାନ୍ ଏବଂ ଆକ୍ୱାଗାର୍ଡ ସମେତ ଅନ୍ୟାନ୍ୟ ଜିନିଷ ଲୁଟ ହୋଇଥିବା ଦେଖିଲେ । ପରେ ଘଟଣା ବାବଦରେ ସ୍ଥାନୀୟ ଲୋକଙ୍କୁ ଖବର ଦେଲେ । ଏଠାରେ ପ୍ରଶ୍ନଉଠେ ଚୋରି ହେବାର ଏକ ସପ୍ତାହ ବିତି ଯାଇଥିଲେ ମଧ୍ୟ ସରପଂଚ ମହାଶୟ ଆଜି ପର୍ଯ୍ୟନ୍ତ ଥାନାରେ ଲିଖିତ ଅଭିଯୋଗ କରିନାହାନ୍ତି କାହିଁକି? ବୁଦ୍ଧି ଖଟାଇ ଜାଣୀଶୁଣି ତାଲା ନଦେଇ ଉଭୟ ସରପଂଚ ଏବଂ ଜିଆର୍‌ଏସ୍ ଲୁଟ୍ କରିନାହାଁନ୍ତି ତ ? ଏଭଳି ଅନେକ ସନ୍ଦେହଜନକ ପ୍ରଶ୍ନ ଉଙ୍କି ମାରୁଚି ସ୍ଥାନୀୟ ଲୋକଙ୍କ ମନରେ । ତା ସହିତ ଏ ସବୁ ସରପଂଚ ଏବଂ ଜିଆର୍‌ଏସ୍ ମିଶି ଲୁଟ୍ କରିଛନ୍ତି ! ସେଥିପାଇଁ ଅଭିଯୋଗ କରୁନାହାନ୍ତି ସରପଂଚ ବୋଲି ଲୋକେ ଆଲୋଚନା କରୁଛନ୍ତି । ଏ ସମ୍ପର୍କରେ ଆମେ ଜିଲ୍ଲାପାଳ କ୍ଷମତାଧିନ ତରା ସରପଂଚ ରାଜିବ୍ ଲୋଚନ ନାଏକଙ୍କୁ ପଚାରିବାରୁ ସରପଂଚ ମହାଶୟ ଆମର କିଛି ଭୁଲ୍ ରହିଥିବା କାରଣରୁ ଆମେ ଅଭିଯୋଗ କରିନାହୁଁ, ଆପଣ ମଧ୍ୟ ବର୍ତମାନ ଖବର କାଗଜରେ ପ୍ରକାଶ କରନ୍ତୁ ନାହିଁ, କିଛିଦିନ ଯାଉ ଆମେ ଆପଣଙ୍କୁ ଜଣାଇବୁ ତା ପରେ ଆପଣ ଖବର କାଗଜରେ ପ୍ରକାଶ କରିବେ ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ଘଟଣା ସମ୍ବନ୍ଧରେ ଆମ ପ୍ରତିନିଧି ଘଟଗାଁ ବିଡିଓ ନାରାୟଣ ସାହୁଙ୍କ ଅବଗତ କରାଇବାରୁ ସେ ବର୍ତମାନ ପର୍ଯ୍ୟନ୍ତ ଆମ ପାଖକୁ ଚୋରି ହୋଇଥିବାର କୌଣସି ଅଭିଯୋଗ ଆସିନି ଏବଂ ପଂଚାୟତ କ୍ୱାରେଂଟାଇନ କେନ୍ଦ୍ରରୁ ଚୋରି ହୋଇଥିଲେ ସେକଥା ଜିଲ୍ଲାପାଳ କ୍ଷମତାଧିନ ସରପଂଚ ତାର ବ୍ୟବସ୍ଥା କରିବେ ବୋଲି ପ୍ରକାଶ କରିଥିଲେ । ଏଭଳି ଧିରେ ଧିରେ ଘଟଣାଟି ଦବିବାରେ ଲାଗିଥିବା ବେଳେ ଘଟଣାର ତଦନ୍ତ କରାଯାଇ ଚୋରିକୁ ଗିରଫ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି । ନହେଲେ ଆଗାମୀ ଦିନରେ ଲୋକେ ରାଜରାସ୍ତା ଅବରୋଧ କରିବେ ବୋଲି ଚେତାବନି ମଧ୍ୟ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ