ସଦାନନ୍ଦ ତ୍ରୀପାଠି ବିଦ୍ୟାପୀଠରେ ସ୍ଵଚ୍ଛତା ଅଭିଯାନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଘୂ. ନୂଆଁଗାଆଁ ଡ଼ା. ସଦାନନ୍ଦ ତ୍ରିପାଠୀ ବିଦ୍ୟାପୀଠରେ ଆଜି ଏକ ସ୍ଵଚ୍ଛ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ଵର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁସ୍ଥିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା, ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହଲତା ବିଷୋୟୀ, ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୂଳପାଣି ଶତପଥୀ,ସ୍ଥାନୀୟ ସରପଞ୍ଚ ଅଚ୍ୟୁତାନନ୍ଦ ସହୁ, ଶିକ୍ଷକ ବିଷ୍ଣୁପ୍ରସାଦ ପଣ୍ଡା, ଭାରପ୍ରାପ୍ତ ଜନ ସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀଣି ମାନସୀ ଦାସ, ସିଏଚ୍ଓ ଦିପ୍ତିମୟୀ ସାହୁ,ମ୍ୟାଲେରିଆ ସୁପରଭାଇଜର କୃଷ୍ଣ ଚୌଧୁରି ପ୍ରମୁଖ ଉପସ୍ଥିତ ଥିଲେ I ଏହି ଅବସରରେ ପରିବେଶ ସ୍ଵଚ୍ଛତା ଊପରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହେବା ସହିତ ସାଧାରଣ ସଭା ଏବଂ ବକ୍ତୃତା, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା I ସମସ୍ତ କାର୍ଯ୍ୟକ୍ରମକୁ ବିପିଏମ୍ ଦୂର୍ଗା ପ୍ରସାଦ ପଟ୍ଟନାୟକ ଏବଂ ଶିକ୍ଷକ ବିଷ୍ଣୁପ୍ରସାଦ ପଣ୍ଡା ସଂଯୋଜନା କରିଥିଲେ I ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ ଏବଂ ଆଶାକର୍ମୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ I କାର୍ଯ୍ୟକ୍ରମରେ ତେଜସ୍ୱୀନୀ ମହିଳା ସଶକ୍ତିକରଣ ସଂଗଠନ ସଦସ୍ୟ ଟୁକୁନା ଶତପଥି ଏବଂ ଜ୍ୟୋତି ସିଂ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ