ବ୍ୟବସାୟୀଙ୍କ ବିୟୋଗରେ ଶୋକ
ବାହାଡ଼ାଝୋଲା (ଜୁଗାବ୍ଦ ନ୍ୟୁଜ୍):ଜଣେ ବ୍ୟବସାୟୀଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖବର ଅନୁଯାୟୀ ବାହଡ଼ାଝୋଲା ପଞ୍ଚାୟତ ଅନ୍ତର୍ଗତ ମାଣିକପାଟଣା ଗ୍ରାମର ରଘୁନାଥ ପାତ୍ର (୫୫) କିଛିଦିନ ହେଲା କର୍କଟ ରୋଗରେ ପୀଡ଼ିତ ଥିଲେ । ଆଜି ହଠାତ୍ ଅତ୍ୟଧିକ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ମୃତ୍ୟୁ ଖବର ପହଞ୍ଚିବା ମାତ୍ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ସେ ଜଣେ ମିଷ୍ଟଭାଷୀ, ପରୋପକାରୀ, ସଚ୍ଚୋଟ ବ୍ୟବସାୟୀ ଭାବେ ବେଶ୍ ଜଣାଶୁଣା । ମାଣିକପାଟଣା ହାଟଛକସ୍ଥିତ ମା’ ମହାଲକ୍ଷ୍ମୀ ବଣିକସଂଘର ସମସ୍ତ ବ୍ୟବସାୟୀ ଭାଇ ତାଙ୍କର ଅନ୍ତିମ ଦର୍ଶନ କରିଥିଲେ । ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ମଶାଣିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ତାଙ୍କର ଅମର ଆତ୍ମାର ସଦ୍ଗତି କାମନା ପାଇଁ ବଣିକସଂଘ ତରଫରୁ ଶୋକସଭାର ଆୟୋଜନ କରାଯାଇ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯିବା ସହିତ ବଜାର ବନ୍ଦ୍ କରାଯାଇଥିଲା ।