ଭଙ୍ଗା ଶ୍ରେଣୀଗୃହରେ ଚାଲିଛି ଶିକ୍ଷାଦାନ

ହାଟଡିହି,(ଯୁଗାବ୍ଦ ନ୍ୟୁଜ୍‌): ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତ ବ୍ରାହ୍ମଣୀକଳା ଗ୍ରାମରେ ଥିବା ତାରିଣୀ ଠାକୁରାଣୀ ବିଦ୍ୟାପୀଠଟି ନାନା ସମସ୍ୟା ଦେଇ ଗତି କରୁଛି । ବିଶେଷତଃ ଶ୍ରେଣୀ ଗୃହ ଅଭାବରୁ ଛାତ୍ରଛାତ୍ରୀମାନେ ପୁରୁଣା ଭଙ୍ଗା ଶ୍ରେଣୀଗୃହରେ ବସି ଶିକ୍ଷାଲାଭ କରୁଛନ୍ତି । ୧୯୯୨ ମସିହାରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟରେ ଏବେ୮ମରେ ୩୧ଜଣ, ନବମରେ ୩୯ଜଣ ଓ ଦଶମରେ ୩୫ଜଣ ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଥିବାବେଳେ ୨୭ବର୍ଷ ପୁର୍ବରୁ ବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା ନିର୍ମିତ ଶ୍ରେଣୀଗୃହରେ ବହୁ କଷ୍ଟମଷ୍ଟେ ବସି ଶିକ୍ଷାଲାଭ କରୁଛନ୍ତି । ୨୭ବର୍ଷର ପୁରୁଣା ଘରଟିର କାନ୍ଥ ଗୁଡିକ ଫାଟି ଆଁ କରିଥିବାବେଳେ ଅନେକ ଶରୀସୃପ ଏହି ଭଙ୍ଗା କାନ୍ଥରେ ବାସ କରୁଥିବାରୁ ଛାତ୍ରଛାତ୍ରୀ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଅନେକ ସ୍ଥାନରେ ଅଜବେଷ୍ଟସ ଗୁଡିକ ଫାଟି ଯାଇଥିବାରୁ ବର୍ଷାଦିନେ ଶ୍ରେଣୀଗୃହ ଭିତରେ ପାଣି ଲହଡି ମାରୁଛି । ସେହିପରି ଅଫିସ ଗୃହ ନଥିବାରୁ ଏକ ଛୋଟିଆ କୋଠରୀରେ ଶିକ୍ଷକ ଓ କର୍ମଚାରୀମାନେ ବସୁଛନ୍ତି । ଗତ ତିନିବର୍ଷ ତଳେ ଜିଲ୍ଲାର ସମସ୍ତ ବ୍ଲକଗ୍ରାଣ୍ଡ ସ୍କୁଲ ଗୁଡିକୁ ଖଣିଜ ପାଣ୍ଠିର ଅନୁଦାନ ଯୋଗାଇଦେଇ ଭଲ ଭଲ ଶ୍ରେଣୀଗୃହ ନିର୍ମାଣ କରାଯାଇଥିବାବେଳେ ଏହି ସ୍କୁଲଟି ସେହି ଯୋଜନାରୁ ବଞ୍ଚିତ ହୋଇଛି । ଏନଇ ବାରମ୍ବାର ପ୍ରଶାସନ ନିକଟରେ ଦାବି କରୁଆସୁଥିଲେବି ଆଜି ପର୍ଯ୍ୟନ୍ତ ଶ୍ରେଣୀଗୃହ ନିର୍ମାଣ କରାଯାଉ ନଥିବାରୁ ଛାତ୍ରଛାତ୍ରୀଙ୍କ ଜୀବନ ବିପଦ ଶଙ୍କୁଳ ହୋଇପଡିଛି । ଏଣୁ କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଏହି ବିଦ୍ୟାଳୟକୁ ଶ୍ରେଣୀଗଡ ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦେବାକୁ ସଭାପତି ଗୋବିନ୍ଦ ଚନ୍ଦ୍ର ବଳ, ସମ୍ପାଦକ ତଥା ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ରାଉତ, ବିଧାୟକ ପ୍ରତିନିଧି ବାଞ୍ଛାନିଧି ସେଠୀ, ପରମାନନ୍ଦ ବେହେରା, ପରିକ୍ଷୀତ ସ୍ୱାଇଁ, ଗୋପିନାଥ ବେହେରା, ସରପଞ୍ଚ ଶ୍ରୀଧର ବେହେରା, ସମିତିସଭ୍ୟା ସୁକାନ୍ତୀ ବେହେରା, ଭାଗିରଥି କବି, ରାଜେନ୍ଦ୍ର ଜେନା, ପଦ୍ମାବତୀ ପ୍ରଧାନ ପ୍ରମୁଖ ପରିଚାଳନା କମିଟି ସଦସ୍ୟମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ