ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଉଦଯାପିତ

କଟକ, (ଓ୍ବାଇଏନଏସ): ଐତିହ ପରମ୍ପରାର ବହନ କରୁଥିବା କଟକ ଜିଲ୍ଲାର ଟାଙ୍ଗୀ-ଚୌଦ୍ୱାର ଅନ୍ତର୍ଗତ କଖଡି ଗ୍ରାମରେ ଶ୍ରୀଗୁଣ୍ଡିଚା ଠାରୁ ବାହୁଡ଼ା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସପ୍ତମ ଦିନ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l ଉକ୍ତ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଗ୍ରାମାଞ୍ଚଳର ମହିଳା ମାନଙ୍କ ଦ୍ବାର ଭନଜ ପରିବେଶ ସହ ଓଡିଶାର ବିଶିଷ୍ଟ କଳାକାର ମାନଙ୍କ ଦ୍ବାର ଭନଜ ପରିବେଶ ହେଇଥିଲା l ଯୁବ ସାମ୍ବାଦିକ ପ୍ରଦିପ କୁମାର ନାୟକ ଉକ୍ତ କାର୍ଯ୍ୟକ୍ରମ କୁ ପରି ଚାଳନା କରିଥିବା ବେଳେ ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ଓଡିଶା ଯୁବ ପ୍ରଶିକ୍ଷଣ ଟ୍ରଷ୍ଟ ର ଚେୟାରମ୍ୟାନ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ସ୍ବାଇଁ ଯୋଗ ଦେଇ ଭଜନ ସନ୍ଧ୍ଯା କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ଆଜିକା ସମୟ ରେ ଯେଉ ଭଳି କଳା ସଂସ୍କୃତି ଭୋପ ପାଇବାରେ ଲାଗିଛି ଏହାକୁ ଉଜିବିତ ବା ବଞ୍ଚାଇ ରଖିବାରେ ଆଜି ଗ୍ରାମାଞ୍ଚଳରେ ଦୀର୍ଘ ୭ଦିନ ଧରି ଯେଉ ଭଳି ମହାପ୍ରଭୁଙ୍କ ଏଭଳି ଭଜନ ସଂର୍କିତନ ଚାଲିଛି , ତାହା ସମସ୍ତ ଙ୍କ ପାଇ ପ୍ରେରଣା ଯୋଗାଇବ,ଆଗାମୀ ଦିନରେ ଏହି ଭଳି କାର୍ଯ୍ୟକ୍ରମ କୁ ଟ୍ରଷ୍ଟ ପକ୍ଷରୁ ଆହୁରି ଉତ୍ସାହିତ କରିବା ସହ ସହଯୋଗ ର ହାତ ବଢାଇବା ସହ କି ପରି ଅଧିକ ସରଶସୁନ୍ଦର ହୋଇ ପାରିବ ସେ ଦିଗରେ ଆମେ ସମସ୍ତେ ଧ୍ୟାନ ଦେବା ଆବଶ୍ୟକ ବୋଲି ଶ୍ରୀ ସ୍ଵାଇଁ ତାଙ୍କ ଅଭିଭାଷଣ ରେ କହିବା ସହ ଗୋଟିଏ ଦିନର ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ର ଖର୍ଚ୍ଚ ଅନୁଦାନ ରାଶି ଅନୁଷ୍ଠାନ କୁ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରିଥିଲେ l ବିଶେଷ ଅତିଥି ଭାବେ ଓଡିଶା ଯୁବ ପ୍ରଶିକ୍ଷଣ ଟ୍ରଷ୍ଟ ର ଉପ- ଚେୟାରମ୍ଯାନ ସ୍ମୃତି ମନୋରମା ଦେଇ , ପୂର୍ବତନ ସେନା କର୍ମଚାରୀ ଏମ୍ ବେହେରା ଙ୍କ ସହ ଗାଁ ସଭାପତି ଦିଲୀପ କୁମାର ଛତାର, ରଞ୍ଜନ ମୁଦୁଲି,ନାରାୟଣ ସାହୁ,ମହାଦେବ ମୁଦୁଲି, ବଜାର ସାହି ସଭାପତି ପବିତ୍ର ନାୟକ,ବେଣୁଧର ସାହୁ,ଅପିସର ନାୟକ, ପ୍ରଶାନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିବା ବେଳେ ବଜାର ସାହି ର ସମସ୍ତ କର୍ମକର୍ତ୍ତା ଓ ଯୁବକ ମାନେ ସାହାଯ୍ଯ ଓ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ