ବୀରଧନଞ୍ଜୟ ପୁର ଶାସନର ନୂତନ ଗ୍ରାମ୍ୟ କମିଟି ଚୟନ
ବୁଗୁଡ଼ା, (ଅନୀଲ କୁମାର ମହାରଣା) : ବୁଗୁଡ଼ା ବୀରଧନଞ୍ଜୟ ପୁର ଶାସନ ର ଗ୍ରାମ୍ୟ ଉନ୍ନୟନ ସମିତି ପକ୍ଷରୁ ଗୋପୀନାଥ ସ୍ବାମୀ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ଗତ ବର୍ଷର ଆୟବ୍ୟୟ ସମୀକ୍ଷା କରିବା ସହ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ନୂତନ ପରିଚାଳନା ସମିତି ରେ ସଭାପତି ଲମ୍ବୋଦର ଦାଶ, ଉପସଭାପତି ସୁରେଶ ଚନ୍ଦ୍ର ଦାଶ, ସମ୍ପାଦକ ସୁଶାନ୍ତ କୁମାର ଦାଶ, କୋଷାଧ୍ୟକ୍ଷ ଦିବ୍ୟଚରଣ ଦାଶ, ସହ ସଂପାଦକ ବୈଷ୍ଣବ ଚରଣ ଦାଶ ମନୋନୀତ ହୋଇଥିଲାବେଳେ କାର୍ଯ୍ୟକାରୀପରିଷଦ ସଦସ୍ୟ ଭାବେ ବିଶ୍ଵମୋହନ ମିଶ୍ର, ସିମାଞ୍ଚଳ ଦାଶ, ପ୍ରମୋଦ କୁମାର ଦାଶ, ମନୋରଂଜନ ଦାଶ, ରାଜେନ୍ଦ୍ର ପ୍ରସାଦ ଦାଶ, ଲକ୍ଷ୍ମୀକାନ୍ତ ଦାଶ, ସୀତାରାମ ମିଶ୍ର, ସଞ୍ଜୀବ କୁମାର ଦାଶ, ପ୍ରମୋଦ ଦାଶ, ଗୌରୀ କୁମାର ତ୍ରିପାଠୀ ଙ୍କୁ ଗ୍ରହଣ କରାଯାଇ ଥିଲା। ଉକ୍ତ କମିଟି ଗ୍ରାମର ସର୍ବବିଧ ଉନ୍ନତି ସାଧନ କରିବା ସହ ଠାକୁରଙ୍କ ଯାନିଯାତ୍ରା ତଥା କୋଠ ର ସୁପରିଚାଳନା କରିବା ନିମିତ୍ତ ସ୍ଥିର ହୋଇଥିଲା। ଉକ୍ତ ବୈଠକ ରେ ଲମ୍ବୋଦର ଦାଶ ସଭାପତିତ୍ବ କରିଥିଲା ବେଳେ ସୁରେଶ ଚନ୍ଦ୍ର ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ।


