ଭଞ୍ଜନଗର ଠାରେ ଉପଖଣ୍ଡ ସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ପାଳିତ

ଭଞ୍ଜନଗର,(ସନ୍ତୋଷ ଜେନା):ଗଣତନ୍ତ୍ରର ମହାନ ପର୍ବ ସ୍ୱାଧୀନତା ଦିବସ ପ୍ରତ୍ୟେକ ଭାରତୀୟ ମାନଙ୍କ ପାଇଁ ଗୋଟିଏ ଗର୍ଵ ଓ ଗୌରବର ଦିନ।ଏହି ଦିବସ ଟିକୁ ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ଥିବା ଭରାରୀୟ ମାନେ ପାଳନ କରି ଆସୁଛନ୍ତି।ସେ ଛୋଟିଆ ଗାଁ ଟି ହେଉ ବଡ ସହରଟି ହେଉ ସମସ୍ତେ ଏହି ସ୍ୱାଧୀନତା ଦିବସକୁ ଶିକ୍ଷା ଅନୁଷ୍ଠାନ,ସରକାରୀ ବା ବେସରକାରୀ ଅନୁଷ୍ଠାନ ହେଉ ସବୁଠାରେ ହର୍ଷ ଉଲ୍ଲାସରେ ପାଳନ କରିଛନ୍ତି।ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ଷ୍ଟାଡିୟମ ଠାରେ ୭୮ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି।ଭଞ୍ଜନଗର ଉପଜିଲ୍ଲାପାଳ ମହୋଦୟ ଶ୍ରୀଯୁକ୍ତ ଅନିଲ କୁମାର ସେଠୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ସେହିପରି ଭଞ୍ଜନଗର ପ୍ରେସ କ୍ଲବ ଠାରେ ପ୍ରେସ କ୍ଲବ ସଭାପତି ଲୋକନାଥ କରଙ୍କ ଦ୍ୱାରା ପତାକା ଉତ୍ତୋଳନ ହୋଇଥିଲା।ଏହି ଭବ୍ୟ କାର୍ଯ୍ୟକ୍ରମ ରେ ଭଞ୍ଜନଗର ଅଞ୍ଚଳର ଅଗ୍ରଣୀ ପଞ୍ଜିକୃତ କବି ସମ୍ରାଟ ମିଡ଼ିଆ କ୍ଲବ ର ୩୬ ଜଣ ସଭ୍ୟ ନିଜର ଆକର୍ଷଣୀୟ ପୋଷାକ ପିନ୍ଧି ଉପସ୍ଥିତ ଥିଲେ।ଅନୁଷ୍ଠାନ ର ସଭାପତି ପ୍ରଦୀପ ସ୍ୱାଇଁ କବି ସମ୍ରାଟ ମିଡ଼ିଆ କ୍ଲବ ର ସଦସ୍ୟ ଙ୍କ ଏକତା ଓ କାର୍ଯ୍ୟ ପନ୍ଥା କୁ ପ୍ରଶଂସା କରିଥିଲେ। ଭଞ୍ଜନଗର ଉତ୍କଳ ସମ୍ବାଦିକ ସଂଘ ର ସଦସ୍ୟ ମାନଙ୍କ ସହ ଅବସର ପ୍ରାପ୍ତ ସୈନିକ ସଂଘ ର କର୍ମ କର୍ତ୍ତା ଉପସ୍ଥିତ ଥିଲେ।
ଭଞ୍ଜନଗର ସହର ବହୁ ଶିକ୍ଷା ଅନୁଷ୍ଠାନ, ଅଟୋ ସଙ୍ଘ, ବାଉଁଶ ଲୁଣ୍ଡି ପଞ୍ଚାୟତ, ରାଧା କୃଷ୍ଣ ପାଠାଗାର, ଭଞ୍ଜନଗର କୋର୍ଟ,ବିଜ୍ଞାପିତ ଅଞ୍ଚଳ ପରିଷଦ ଇତ୍ୟାଦି ଠାରେ ସ୍ଵାଧୀନତା ଦିବସ ପାଳନ ହୋଇଥିଲା।ବହୁ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆକର୍ଷଣୀୟ ପ୍ୟାରେଡ଼ ଓ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଈଥିଲା ।ସେହିପରି ଅପରାହ୍ନରେ ଉପଜିଲ୍ଲାପାଳ କୁଷ୍ଠାଶ୍ରମ ଠାରେ ଅନ୍ତେବାସୀଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ