ଭଞ୍ଜନଗର ରେ ପହଁଚିଲା କୋଭିସିଲଡ଼ ଟୀକା

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଭାରତର ସେରମ ଇନଷ୍ଟିଚୁଟ ଦ୍ୱାରା ପ୍ରସ୍ତୁତ କରୋନା ଟୀକା କୋଭିସିଲଡ଼ ଆଜି ସ୍ୱତନ୍ତ୍ର ଗାଡି ଯୋଗେ ବ୍ରହ୍ମପୁରରୁ ଆସି ସବୁ ପ୍ରତୀକ୍ଷାର ଅନ୍ତ ଘଟାଇଛି | ଏହି ଟୀକା ଆସନ୍ତା 16 ତାରିଖ ଠାରୁ ପ୍ରତ୍ୟେକ ସ୍ୱାସ୍ଥ୍ୟ କର୍ମୀ ମାନଂକୁ ପ୍ରଥମେ ଟୀକା କରଣ କରାଯିବ | ଏବଂ ପର୍ଯ୍ୟାୟ କ୍ରମେ ଏହି ଟୀକା ଅନ୍ୟ ମାନଙ୍କୁ ପ୍ରଦାନ କରାଯିବ | ଆଜି ପ୍ରାୟ ସନ୍ଧ୍ୟା 7 ଘଂଟିକା ସମୟରେ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା ରେ ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼, ମେଡିକାଲ ସୁପରିଟେଣ୍ଡେଟ ସୀତାଂଶୁ ଶେଖର ଶତପଥି, ଥାନା ଅଧିକାରୀ ସୁଦୀପ୍ତ ସାହୁ , ମେଡିକାଲ ମେନେଜର ବି. ପାଣିଗ୍ରାହୀ ସମେତ ସ୍ୱାସ୍ଥ୍ୟ ବିଭାଗର ଅନ୍ୟ କର୍ମକର୍ତ୍ତା ମାନଙ୍କ ଉପସ୍ଥିତି ରେ କୋଭିସିଲଡ଼ ଟୀକା କୁ ସୁରକ୍ଷିତ ଭାବେ ସଂଗ୍ରହ କରାଯାଇଛି | ପୂର୍ବ ପ୍ରସ୍ତୁତି ମୁତାବକ ସୁରକ୍ଷିତ ସ୍ଥାନରେ ରଖା ଯାଇଛି | ସୂଚନା ମୁତାବକ ପ୍ରଥମ ପର୍ଯ୍ୟାୟ ରେ 200 ଡୋଜ ଆସିଥିବା ସୂଚନା ରହିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ