ଭଣ୍ଡାରିପୋଖରୀରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ୭୨ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଉଦ୍ଦିପନାର ସହ ପାଳିତ ହୋଇଯାଇଛି । ବ୍ଲକ କାର୍ଯ୍ୟଳୟ ଠାରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା ଜାତୀୟ ପତାକା ଉତ୍ତୋଳନ କରିଥିବାବେଳେ ଅଭିବାଦ ଗ୍ରହଣ କରିଥିଲେ । ବିଡିଓ ବିଜୟ କୁମାର ସାହୁ , ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ମୀନକେତନ ବାରିକ, ଲଚ୍ଛମନ ସୋରେନ, ସୁଧାଂଶୁ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି ଡାକ୍ତରାଖାନା ପରିସରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କମଳାକାନ୍ତ ସ୍ୱାଇଁ, ଥାନାପରିସରରେ ଭାରପ୍ରାପ୍ତ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ, ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଠାରେ ବିଇଓ ଦୀପକ କୁମାର ପାଢୀ, ଅଗ୍ରଣୀ ଶିକ୍ଷାନୁଷ୍ଠାନ ସାରଦା ବିଦ୍ୟାମନ୍ଦିର ଠାରେ ପ୍ରଧାନଆଚାର୍ଯ୍ୟ ଶରତ ଚନ୍ଦ୍ର ମହାପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେହିଭଳି ରଣଜିତ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସ୍ୱାଧୀନତା ସଂଗ୍ରାମୀ କୃପାସିନ୍ଧୁ ମହାନ୍ତି ଓ ସରପଞ୍ଚ ମନୋଜ କୁମାର ନାୟକ, ବାଲିପୋଖରୀ ପଞ୍ଚାୟତ ଠାରେ ସରପଞ୍ଚ ରଞ୍ଜୁଲତା ସେଠୀଙ୍କ ସମେତ ସମାଜସେବୀ ଗଗନ ବିହାରୀ ସେଠୀ, ନେରଡା ଠାରେ ସରପଞ୍ଚ ବଦ୍ରୀନାରାୟଣ ରାଉତ, ତେସିଙ୍ଗା ଠାରେ ସରପଞ୍ଚ ସଂଗୀତା ଖଣ୍ଡାଇ, ବନ୍ଦାଳୋ-ମଢିଆଳୀ ଠାରେ ସରପଞ୍ଚ ପ୍ରମିଳା ସାହୁ, ରାମଚନ୍ଦ୍ରପୁର ଠାରେ ସରପଞ୍ଚ ବିଜୟ ସ୍ୱାଇଁ, ଦକ୍ଷିଣବାଡ ଠାରେ ସରପଞ୍ଚ ବିଜୟ ଶଙ୍କର ମହାନ୍ତି, ବୟାଁବନାପୁର ଠାରେ ପ୍ରଶାନ୍ତ ସାହୁ, ରହଣିଆ ଠାରେ ଅଲିଭା ନାୟକ, ନପଙ୍ଗ ଠାରେ ସରପଞ୍ଚ କାମିନୀ ନାୟକ, ସରସଦା ପଞ୍ଚାୟତ ଠାରେ ମଣିକାଞ୍ଚନ ସେନାପତି, ରାଜେନ୍ଦ୍ରପୁର ଠାରେ ସରପଞ୍ଚ ଲକ୍ଷ୍ମୀପ୍ରିୟଦର୍ଶନୀ ଭାରତୀ, ନାଆମୀ ଠାରେ ସରପଞ୍ଚ ସଦାଶିବ ଦାସ, ସାନଶାସନ ଠାରେ କୈଳାଶ ଜେନା ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନୁରୂପ ଭାବେ ବ୍ଲକର ଅଗ୍ରଣୀ ସ୍ୱେଚ୍ଚାସେବୀ ସଂଗଠନ ଉମିଦ ପରିବାର, ନେୟୀଶୋଚ ଓ ଆମେ ଦରଦୀବନ୍ଧୁ ସାମାଜିକ ସଂଗଠନ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ଏହାଛଡା ଯଶୋଟିକିରି ସ୍ଥିତ ଗୋପବନ୍ଧୁ ଶିକ୍ଷା ଓ ସ୍ୱାସ୍ଥ୍ୟ ଟ୍ରଷ୍ଟ ପକ୍ଷରୁ ସଭାପତି ବନମାଳୀ ପୃଷ୍ଟି ଓ ସନ୍‌ପାଦକ ଅକ୍ଷୟ ପତିଙ୍କ ସଂଯୋଜନାରେ ୭୨ତମ ସାଧାରଣ ତନ୍ତ ଦିବସ ପାଳନ କରାଯାଇଛି । ସେହିପରି ମଞ୍ଜୁରୀରୋଡ ବଜାର, ମାଳଦା ବଜାର, ବାରିକପୁର ବଜାର କମିଟି ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ