ବିପଦପୂର୍ଣ୍ଣ ଅବସ୍ଥାରେ ଚାଲିଛି ପାଠପଢ଼ା

ଘଟଗାଁ(ଯୁଗାବ୍ଦ ନ୍ୟୁଜ )ଭବିଷ୍ୟତ ଗଢିବା ପାଇଁ ଲୋକମାନେ ଅନେକ ପ୍ରକାରର ବାଧାବିଘ୍ନକୁ ସାମ୍ନା କରିଥାନ୍ତି କିନ୍ତୁ ଭବିଷ୍ୟତ ପାଇଁ ମଣିଷ ନିଜ ଜୀବନକୁ ପ୍ରତ୍ୟେକ ମୁହୁର୍ତରେ ବିପଦକୁ ମୁଣ୍ଡରେ ବୋହି ଭବିଷ୍ୟତ ଗଢ଼ିବା ଖୁବ୍ କମ୍ ଦେଖିବାକୁ ମିଳିଥାଏ । ଏପରି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଘଟଗାଁ ବ୍ଲକ୍ ଅନ୍ତର୍ଗତ ପିପିଳିଆ ପଂଚାୟତ ସ୍ଥିତ ମୁଣ୍ଡାଟାଙ୍ଗର ପ୍ରାଥମିକ ବିଦ୍ୟାଳୟରେ । ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଆଜକୁ ତିନି ବର୍ଷରୁ ଉଦ୍ଧ୍ୱର୍ ହେବ ଭଙ୍ଗା ଶ୍ରେଣୀ ଗୃହରେ ବିପଦକୁ ମୁଣ୍ଡରେ ବୋହି ପାଠ ପଢୁଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏନେଇ ତିନି ବର୍ଷ ହେବ ଖଣ୍ଡିଏ ଶ୍ରେଣୀଗୃହ ପାଇଁ ବାରମ୍ବାର ଘଟଗାଁ ବ୍ଲକ୍ ପ୍ରଶାସନ ଏବଂ ବି.ଇ.ଓ ଙ୍କୁ ଅବଗତ କରାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ସ୍କୁଲ୍ର ନକ୍ସା କେବେବି ଉନ୍ନତି ଆଡକୁ ଗତି କରୁନାହିଁ । ଏ ସମ୍ପର୍କରେ ଘଟଗାଁ ବ୍ଲକ୍ ପ୍ରଶାସନ ପିପିଳିଆ ପଂଚାୟତ ପକ୍ଷରୁ ତୃଟି ରହିଛି ବୋଲି ଦର୍ଶାଇବା ସହିତ ଯଥାଶୀଘ୍ର ପଂଚାୟତ ପ୍ରଶାସନଙ୍କୁ କହି ଶ୍ରେଣୀ ଗୃହକୁ ମରାମତି କରାଇବୁ ବୋଲି ପ୍ରତିସୃତି ଦେଇଛନ୍ତି ।  ଆମେ କହୁଛୁ ଆଦିବାସି ଅଧୁସିତ ଅଂଚଳ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ପିପିଳିଆ ପଂଚାୟତ ସ୍ଥିତ ମୁଣ୍ଡାଟାଙ୍ଗର ପ୍ରାଥମିକ ବିଦ୍ୟାଳୟର କଥା । ଏହି ବିଦ୍ୟାଳୟରେ ପ୍ରଥମ ରୁ ପଂଚମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୨ଜଣ ଶିକ୍ଷୟିତ୍ରୀ ଏଠାରେ ନିୟୋଜିତ ଅଛନ୍ତି । ୧୯୯୯ ମସିହାରେ ସ୍ଥାପିତ ହୋଇଥିବା ଏହି ପ୍ରାଥମିକ ବିଦ୍ୟାଳୟ ବିଗତ ୩ବର୍ଷ ରୁ ଉଦ୍ଧ୍ୱର୍ ହେବ ବିପଦମୁଖା ହୋଇ ପଡିରହିଛି । ଶ୍ରେଣୀ ଗୃହ ଛାତର ଭିତର ପାଶ୍ୱର୍ରୁ ଧିରେ ଧିରେ ସିମେଂଟ, ଚିପ୍ସ୍ ଛାଡିବା ସହିତ କାନ୍ଥ ଗୁଡିକ ଫାଟି ଆଁ କରି ରହିଛି । ଅନ୍ୟପକ୍ଷରେ ଆଖପାଖରେ ଆଉ ସ୍କୁଲ ନଥିବାର୍ୁ ଅଭିଭାବକ ମାନେ ପିଲାମାନଙ୍କୁ ଅନ୍ୟତ୍ର ସ୍କୁଲ ମଧ୍ୟ ପଠାଇପାରୁ ନାହାନ୍ତି । ଫଳରେ ଗୋଟିଏ ଶ୍ରେଣୀ ଗୃହରେ ପାଠପଢା, ଅଫିସ୍ କାର୍ଯ୍ୟ, ଷ୍ଟୋର ରୋମ୍ ଜିନିଷ ପତ୍ର ଇତ୍ୟାଦି ସମସ୍ତ କାର୍ଯ୍ୟ ସେ ଗୋଟି ଗୃହରେ ଚାଲିଛି ଏବଂ ଅଭିଭାବକ ମାନେ ପିଲାମାନଙ୍କୁ ବିପଦମୁଖା ସ୍କୁଲ୍କୁ ପାଠ ପଢିବା ପାଇଁ ବାଧ୍ୟ ହୋଇ ପଠାଉଛନ୍ତି । ଘରଟି ବିପଦମୁଖା ହେବାର ଆଜକୁ ୩ବର୍ଷରୁ ଉଦ୍ଧ୍ୱର୍ ହେବାକୁ ବସିଲାଣି । ଏ ସମ୍ପର୍କରେ ମୁଣ୍ଡାଟାଙ୍ଗର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ସାହୁ ବାରମ୍ବାର ଘଟଗାଁ ବି.ଇ.ଓ ଏବଂ ବି.ଡି.ଓ ସମେତ ଅନେକ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍କୁଲ୍ର ମରାମତି ହୋଇପାରୁ ନାହିଁ ବୋଲି ପ୍ରଧାନ ଶିକ୍ଷକ ଶ୍ରୀମତୀ ସାହୁ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଆମେ ଘଟଗାଁ ବି.ଇ.ଓ ମହାଶୟଙ୍କୁ ଅବଗତ କରାଇବାକୁ ବି.ଇ.ଓ ଶ୍ରୀଯୁକ୍ତ କ୍ଷେତ୍ରମୋହନ ହାଁସଦା ସମସ୍ତ ଦୋଷ ବ୍ଲକ୍ ପ୍ରଶାସନ ଉପରେ ଲଦିଦେଇଥିବା ବେଳେ ଘଟଗାଁ ବ୍ଲକ୍ ପ୍ରଶାସନ ପିପିଳିଆ ପଂଚାୟତ ପକ୍ଷରୁ ତୃଟି ରହିଥିବା ଦର୍ଶାଇବା ସହିତ ଯଥାଶୀଘ୍ର ପଂଚାୟତ ପ୍ରଶାସନଙ୍କୁ କହି ଶ୍ରେଣୀ ଗୃହକୁ ମରାମତି କରାଇବୁ ବୋଲି ଘଟଗାଁ ଏ.ବି.ଡି.ଓ ବିଚିତ୍ର କୁମାର କର ପ୍ରତିସୃତି ଦେଇଛନ୍ତି । ସରକାର ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ନାରାକୁ ଧରି ଚାରିଆଡେ ଡିଡିମ ପିଟିବା ସହିତ ବିଭିନ୍ନ ଯୋଜନା ମାନ ପ୍ରଣୟନ କରି ପିଲାମାନଙ୍କୁ ସ୍କୁଲ ମୁହାଁ କରୁଛନ୍ତି କିନ୍ତୁ ବିପଦ ମୁହାଁ ହୋଇ ପାଠପଢୁଥିବା ଏହି କୁନି କୁନି ପିଲାମାନଙ୍କ କଥା ବୁଝୁଛି କିଏ ! ତେବେ ଦେଖିବାକୁ ବାକି ରହିଲା କେବେ ଏ କୋମଳମତି ଶିଶୁ ମାନେ ସୁରକ୍ଷୀତ ଭାବେ ସ୍କୁଲରେ ପାଠପଢୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ