ଭରତପୁର ମା’ଦକ୍ଷିଣ କାଳୀଙ୍କ ଜନ୍ମମହୋତ୍ସବ ଅନୁଷ୍ଠିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ମା’ଦକ୍ଷିଣକାଳୀଙ୍କ ୩୧ତମ ଜନ୍ମ ବାର୍ଷିକ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏଥି ସହିତ ମା’ଙ୍କ ମନ୍ଦିର ପରିସରରେ ବିଶ୍ୱଶାନ୍ତି ମହାଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଗତ ବୁଧବାର ଶ୍ରୀ ଶୁଭାଧିବାସ, ଅଙ୍କୁରାରୋପଣ କରାଯିବା ସହ ସନ୍ଧ୍ୟାରେ ଆଧ୍ୟାତ୍ମିକ ପ୍ରବଚନ ମଧ୍ୟ ଅନୁଷ୍ଠିତ ହୋଇଛି । ଗୁରୁବାର ଦେବୀଙ୍କ ଘଟ ନିମଗ୍ନ, କଳସଯାତ୍ରା, ଦେବୀଙ୍କ ନଗର ପରିକ୍ରମା, ଗୁରୁପୂଜା, ସୂର୍ଯ୍ୟପୂଜା, ଗୋପୂଜା, ଶାଳାମାର୍ଜନ, କୁଣ୍ଡସଂସ୍କାର, ଅଗ୍ନିସ୍ଥାପନ, ଦେବୀଙ୍କ ଷୋଡଶ ଉପଚାର ପୂଜା, ଦେବୀଙ୍କ ଏକହଜାର ୮ନାମରେ ଆହୂତି ପ୍ରଦାନ ସହିତ ରାଜରାଜେଶ୍ୱରୀ ବେଷ ଦର୍ଶନ ଓ ସନ୍ଧ୍ୟାରେ ଭୁବନେଶ୍ୱରର ମା’ତାରିଣୀ ଭଜନ ସନ୍ଧ୍ୟା ଭଜନ ପରିବେଷଣ କରିଥିଲା । ଶୁକ୍ରବାର ମା’କାଳୀଙ୍କର ଷୋଡଶଉପଚାର ପୂଜା, ଗୀତାଯଜ୍ଞ, ନୀଳ ସରସ୍ୱତୀ ବେଶ ଦର୍ଶନ ସହ ସନ୍ଧ୍ୟାରେ ପ୍ରବଚନ ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ସେହିଭଳି ଶନିବାର ମା’କାଳୀଙ୍କର ଷୋଡଶ ଉପଚାର ପୂଜା, ଚଣ୍ଡୀଯଜ୍ଞ, ମା’ଙ୍କ ମହିଷାମର୍ଦ୍ଦିନୀ ବେଷ ଦର୍ଶନ ସହ ସନ୍ଧ୍ୟାରେ ପୂର୍ଣ୍ଣାହୁତି ଓ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ମହୋତ୍ସବ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି ସମସ୍ତ କାର୍ଯ୍ୟକ୍ରମକୁ ମା’ଦକ୍ଷିଣେଶ୍ୱରୀ ରିଲିଜିଅସ ଟ୍ରଷ୍ଟ ପକ୍ଷରୁ ପ୍ରବୋଧ କୁମାର ଦାସ, ଅଲେଖ ପ୍ରସାଦ ଦାସ ଓ ଯୁଗଳ କିଶୋର ଦାସ, ଶକ୍ତି ପ୍ରସାଦ ମହାନ୍ତି, ପ୍ରସନ୍ନ କୁମାର ମଲ୍ଲିକ, ଗୋପାଳ ଚରଣ ଦାସ, ବିଭୂତି ଭୂଷଣ ମହାନ୍ତି, ବିଜୟ କିଶୋର ଦାସ, ଶିବ ପ୍ରସାଦ ଦାସ, ସୁଶାନ୍ତ କୁମାର ଦାସ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ