ଭୋଟର ଯାଞ୍ଚ ଅଭିଯାନ: ତହସିଲଦାରଙ୍କ ବିଭିନ୍ନ ବୁଥ୍ ପରିଦର୍ଶନ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଶନିବାର ଠାରୁ ଚଳିତ ବର୍ଷର ଭୋଟର ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି । ପ୍ରତି ବୁଥ୍ରେ ବି.ଏଲ.ଓ ମାନେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ଯାଞ୍ଚରେ ନୂତନ ଭାବେ ଭୋଟର ତାଲିକାରେ ନାମ ପଞ୍ଜିକରଣ, ସଂଶୋଧନ ଏବଂ ବାଦ କରିବା ଆଦି କାର୍ଯ୍ୟ ହେବ । ତହସିଲଦାର ଇନ୍ଦିରା ସାହୁ ଚାରିଗାଁ, ଗୋପିନାଥପୁର, ଅଣିଜୋ, ବି.ଟି.ପୁର, ପୁରୁଷଣ୍ଢ, ବଡମହିଷଗୋଠ ଆଦି ପଞ୍ଚାୟତ ଅଧିନ ବିଭିନ୍ନ ବୁଥ୍ ପରିଦର୍ଶନ କରି ଭୋଟର ଯାଞ୍ଚ ଅଭିଯାନର ତଦାରଖ କରିଛନ୍ତି ।


