ଭାଗବତପୁର ପଂଚାୟତରେ ବନ୍ଦେ ଉତ୍କଳ ଜନନୀ ଗାନ

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ଭାଗବତପୁର ଗ୍ରାମପଂଚାୟତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ଉଦେଶ୍ୟରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି । ଏହି ଉପଲକ୍ଷେ ଭାଗବତପୁର ପଂଚାୟତ ଅଧିନସ୍ତ ବାଲିଆ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ହୋଇଥିବା କରୋନା ସଙ୍ଗରୋଧ କେନ୍ଦ୍ରର ଅନ୍ତେବାସୀମାନେ ଏବଂ ପଂଚାୟତ କାର୍ଯ୍ୟାଳୟ ପରିସରରେ ସରପଂଚ ଧରଣୀଧର ଦାସଙ୍କ ନେତୃତ୍ୱରେ ସମାଜସେବୀ ପ୍ରମୋଦ କୁମାର ସାହୁଙ୍କ ସମେତ ଅନ୍ୟମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଏହି ଅବସରରେ ପଂଚାୟତ କାର୍ଯ୍ୟାଳୟ ପରିସରରେ ବାଲିଆ ବରିଷ୍ଠ ନାଗରିକ ମଂଚ ଓ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ପକ୍ଷରୁ ସଦର ଥାନା ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକ,ସମାଜସେବୀ ପ୍ରମୋଦ କୁମାର ସାହୁ ଓ ସରପଂଚ ଧରଣୀଧର ଦାସଙ୍କୁ ପୁଷ୍ପଗୁଛ,ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ କରୋନା ଯୋଦ୍ଧା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ