ଭାଣିଜୀର କାଠ ଫାଳିଆ ମାଡରେ ମାମୁଁ ମୃତ

ବାଲେଶ୍ୱର ,(ଯୁଗାବ୍ଦ ନ୍ୟୁଜ୍) : ଭଣଜା ଓ ଭାଣିଜୀ ମାମୁଁଙ୍କୁର କୁଳ ଚନ୍ଦନ । ଦୁନିଆରେ ମାମୁଁ ଓ ମାଇଁକୁ ଭଣଜା ଓ ଭାଣିଜୀ ଉଭୟେ ଉଭୟଙ୍କୁ ପରସ୍ପର ଭଲ ପାଇଥାନ୍ତି । ବାଲେଶ୍ୱର ଜିଲ୍ଲା ଚାନ୍ଦବାଲି ଥାନା ସାହାଦା ଗ୍ରାମରେ ଭାଣିଜୀର କାଠ ଫାଳିଆ ମାଡରେ ମାମୁଁର ମୃତ ହୋଇଛି । ଏହି ଘଟଣା ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ଗତକାଲି ରାତିରେ ମାମୁଁ ତେଲି ସିଂ ଓ ଭାଣିଜୀ ଗୁରୁବାରୀ ସରେନଙ୍କ ମଧ୍ୟରେ କୈାଣସି କଥାକୁ କେନ୍ଦ୍ର କରି ଦୁଇ ଜଣଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଭାଣିଜୀ ,ଏକ କାଠ ଫାଳିଆରେ ମାମୁଁଙ୍କ ମୁଣ୍ଡକୁ ପିଟିଦେଇଥିଲା । କାଠ ଫାଳିଆ ମାଡରେ ସେ ଗୁରୁତର ଆହାତ ହୋଇଥିଲେ । ଆହତଙ୍କୁ ପରିବାର ଲୋକେ ସଂଙ୍ଗେ ସଂଙ୍ଗେ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରିଥିଲେ । ଚିକିସ୍ରାଧିନ ଅବସ୍ଥାରେ ତେଲି ସିଂ ଙ୍କର ମୃତ ହୋଇଥିଲା । ତେଲି ସିଂଙ୍କ ସ୍ତ୍ରୀ ଥାନାରେ ଏତଲା ଆଧାରରେ ପୋଲିସ ଭାଣିଜୀକୁ ଅଟକ ରଖି ପଚାରାଉଚାରା କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ