ଭାରତରୁ ଚା’ବନାଇବା କୌଶଳ ଶିଖି ରୋଜଗାର କଲେ ୨୦୦ କୋଟି
ଭାରତର ଅଧିକାଂଶ ଲୋକ ଚା’ପିଇବା ପାଇଁ ପସନ୍ଦ କରିଥାଆନ୍ତି । ରାସ୍ତା ପାଶ୍ୱର୍ରେ ହେଉ କି କଲେଜ କି ଅଫିସ ସାମ୍ନାରେ ହେଉ ପ୍ରତ୍ୟେକ ସ୍ଥାନରେ ଛୋଟବଡ଼ ଚା’ଦୋକାନ ଭାରତରେ ଦେଖିବାକୁ ମିଳିଥାଏ । ଭାରତରେ ରାସ୍ତା କଡରେ ଚା’ବିକି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବାର ଘଟଣା ତ ଆପଣମାନେ ଶୁଣିଥିବେ । କିନ୍ତୁ କେବେ ଶୁଣିଛନ୍ତି କେହି ଜଣେ ବିଦେଶୀ ଚା’ ବିକ୍ରି କରି କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଛନ୍ତି । ଏମିତି ଏକ ଘଟଣା ଆମେରିକାରେ ଦେଖିବାକୁ ମିଳିଛି । ଆମେରିକାର ବ୍ରୁକ୍ ଏଡି ଚା’ବ୍ୟବସାୟ କରି ୨୦୦ କୋଟିର ମାଲିକାଣୀ ସାଜିଛନ୍ତି । ଏଡିଙ୍କୁ ଚା’ବନାଇବାର ଆଇଡିଆ ଭାରତରୁ ମିଳିଥିଲା । ସେ ୨୦୦୨ ମସିହା ଭାରତ ଆସି ଉତ୍ତର ଭାରତର ଗ୍ରାମଗୁଡିକ ଭ୍ରମଣ କରି ଦେଖିଥିଲେ । ଏହି ସମୟରେ ଚା’ ବ୍ୟବସାୟ କରିବାର ଚିନ୍ତାଧାରା ତାଙ୍କ ମନକୁ ଆସିଥିଲା । ସେ ଯେତେବେଳେ ଭାରତରୁ ନିଜ ଘର କୋଲୋରାଡୋକୁ ଫେରିଥିଲେ ସେଠାରେ ତାଙ୍କୁ ଭାରତ ଭଳି ତା’ର ସ୍ୱାଦ ମିଳିନଥିଲା । ୨୦୦୭ରେ ଭକ୍ତି ଚା’ନାମରେ ଯେ ଏକ ଚା’ବ୍ୟବସାୟ ଆରମ୍ଭ କରିଥିଲେ । ଏହିଠାରୁ ଏଡିଙ୍କ ନୂଆ ଯାତ୍ରା ଆରମ୍ଭ ହୋଇଥିଲା । କିଛି ଦିନ ପରେ ଆମେରିକା ଲୋକଙ୍କୁ ଭକ୍ତି ଚା’ ବହୁତ ପସନ୍ଦ ଆସିଯାଇଥିଲା । ଏହି ବ୍ୟବସାୟ କରି ଏଡି ୨୦୦ କୋଟି ଟଙ୍କାର ସମ୍ପତ୍ତି ଏକାଠି କରିଥିଲେ ।


