ଭାରତର ପେନ୍‌ସିଲ୍‌ ଗାଁ

ଭୁବନେଶ୍ୱର,(ୱାଇଏନ୍ଏସ୍): ପୂଜାପର୍ବାଣି ଅବସରରେ ନିଜ ଅଞ୍ଚଳରେ ନିର୍ମିତ ସାମଗ୍ରୀ ସବୁକୁ ପ୍ରୋତ୍ସାହନ ଦିଅନ୍ତୁ ଓ କିଣାକିଣି କରନ୍ତୁ ବୋଲି ଆଜି ‘ମନ୍‌କି ବାତ୍‌’ରେ କହିବା ବ‌େଳେ ପ୍ରଧାନମନ୍ତ୍ରୀ ମୋଦୀ ‘ଭାରତର ପେନ୍‌ସିଲ୍‌ ଗାଁ’ର ସଫଳତାର କାହାଣୀ ଶୁଣାଇଥିଲେ । ସମ୍ପ୍ରତି ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ପୁଲ୍‌ୱାମା ‘ପେନ୍‌ସିଲ୍‌ ନିର୍ମାଣ’ର ନାଭିଚକ୍ର ଭାବେ ପରିଗଣିତ ହେଉଛି। ପ୍ରଧାନମନ୍ତ୍ରୀ କହିଲେ, ସମଗ୍ର ଦେଶକୁ ଶିକ୍ଷିତ କରାଇବାରେ ଆଜି ପୁଲ୍‌ୱାମା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପୁଲ୍‌ୱାମାବାସୀଙ୍କ କଠୋର ପରିଶ୍ରମ ଯୋଗୁଁ ଆଜି ସମଗ୍ର ଦେଶରେ ଛାତ୍ରଛାତ୍ରୀମାନେ ସେମାନଙ୍କ ହୋମ୍‌ୱାର୍କ କରିବା ସହ ନୋଟ୍‌ ପ୍ରସ୍ତୁତି କରୁଛନ୍ତି । ଦେଶର ପ୍ରାୟ ୯୦% ପେନ୍‌ସିଲ୍‌ ସ୍ଲେଟ୍‌ର ଚାହିଦା କଶ୍ମୀର ଉପତ୍ୟକା ପୂରଣ କରିଥାଏ ଏବଂ ସେଥିରେ ବେଶୀ ଭାଗ ଅବଦାନ ରହିଛି ପୁଲ୍‌ୱାମାର। ଏକଦା ଆମେ ପେନ୍‌ସିଲ୍‌ ଲାଗି କାଠ ଆମଦାନି କରୁଥିଲେ। ଏ କ୍ଷେତ୍ରରେ ଏବେ କିନ୍ତୁ, ପୁଲ୍‌ୱାମା ଦେଶକୁ ଆତ୍ମନିର୍ଭର କରିଛି। କଶ୍ମୀର ଉପତ୍ୟକାର ଚିନାର କାଠ ଅଧିକ ଆର୍ଦ୍ର ଓ ନରମ ହୋଇଥିବାରୁ ପେନ୍‌ସିଲ୍‌ ତିଆରି ନିମନ୍ତେ ଖୁବ୍ ଉପଯୁକ୍ତ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ