ଜିଏସ୍‌ଟି ରିଟର୍ଣ୍ଣ ଦାଖଲ ଅବଧି ଡିସେମ୍ବର ୩୧ ଯାଏଁ ବଢ଼ିଲା

ଭୁବନେଶ୍ୱର,(ୱାଇଏନ୍ଏସ୍): କୋଭିଡ-୧୯ ମହାମାରୀ ପରିପ୍ରେକ୍ଷୀରେ ସରକାର ଆୟକର ରିଟର୍ଣ୍ଣ ଦାଖଲ ତାରିଖକୁ ପୁଣି ମାସେ ଘୁଞ୍ଚାଇଛନ୍ତି। ଆୟକର ରିଟର୍ଣ୍ଣ ଦାଖଲ ଅବଧିର ଶେଷ ତାରିଖ ନଭେମ୍ବର ୩୦ ପର୍ଯ୍ୟନ୍ତ ଏବେ ରହିଥିବା ଆଜି ଏହାକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ଘୋଷଣା କରାଯାଇଛି। ପ୍ରଥମେ ଏହି ତାରିଖ ଜୁଲାଇ ୩୧ ରଖାଯାଇଥିବାବେଳେ ପରେ ଏହାକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଘୁଞ୍ଚା ଯାଇଥିଲା। ଗତ ମେ ମାସରେ ଅବଧିକୁ ଜୁଲାଇ ୩୧ରୁ ନଭେମ୍ବର ୩୦କୁ ବଢ଼ାଯାଇଥିଲା। କେବଳ ସେତିକି ନୁହେଁ, ଅଡିଟ୍ ଆବଶ୍ୟକ କରୁଥିବା ଟିକସଦାତାଙ୍କ ଆୟକର ରିଟର୍ଣ୍ଣ ଦାଖଲ ତାରିଖ ପୂର୍ବରୁ ଅକ୍ଟୋବର ୩୧, ୨୦୨୦ ରଖାଯାଇଥିବାବେଳେ ଏବେ ଏହାକୁ ୨୦୨୧ ଜାନୁଆରି ୩୧କୁ ବଢ଼ାଇ ଦିଆଯାଇଛି। ସେହିଭଳି ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବାର୍ଷିକ ଜିଏସଟି ରିଟର୍ଣ୍ଣ ଦାଖଲର ଶେଷ ତାରିଖକୁ ମଧ୍ୟ ଦୁଇ ମାସ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଏହି ରିଟର୍ଣ୍ଣ ଦାଖଲର ଶେଷ ତାରିଖ ଅକ୍ଟୋବର ୩୧ ଥିବାବେଳେ ଏହାକୁ ଏବେ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ