ଭାରତୀୟ କମ୍ପାନୀର କୋରୋନା ଔଷଧକୁ ମିଳିଲା ସରକାରୀ ମଞ୍ଜୁରୀ

ନୂଆଦିଲ୍ଲୀ: ଭାରତର ଔଷଧ କମ୍ପାନୀ ‘ସିପଲା’ ରେମଡେସିଭିରର ଜେନେରିକ ସଂସ୍କରଣ ‘ସିପ୍ରେମୀ’ ପ୍ରସ୍ତୁତ କରିଛି। ଏହାକୁ ଆମେରିକା ଔଷଧ ନିୟାମକ (ୟୁଏସଏଫଡିଏ) କୋରୋନା ଭାଇରସ ରୋଗୀକୁ ଜରୁରୀକାଳୀନ ସ୍ଥିତିରେ ଦିଆଯିବାକୁ ଅନୁମତି ଦେଇଛି। ୟୁଏସଏଫଡିଏ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା କରିବା ଲାଗି ରେମଡେସିଭିର ପ୍ରସ୍ତୁତିକାରୀ କମ୍ପାନୀ ଗିଲିୟଡ ସାଇନସେଜକୁ ଏହାର ଜରୁରୀକାଳୀନ ଉପଯୋଗ ପାଇଁ ଅନୁମୋଦନ ଦେଇଛି। ରେମଡେସିଭିର ଏକମାତ୍ର ଔଷଧ, ଯାହାକୁ ୟୁଏସଏଫଡିଏ କୋଭିଡ-୧୯ ରୋଗୀଙ୍କ ଚିକିତ୍ସାରେ ବ୍ୟବହାର କରାଯାଇପାରିବ ବୋଲି ସ୍ୱୀକୃତି ଦେଇଛି।
ଗିଲିଏଡ ସାଇନସେଜ ଗତ ମେ’ ମାସରେ ସିପଲା ସହିତ ରେମଡେସିଭିରର ଉତ୍ପାଦନ ଓ ଯୋଗାଣ ପାଇଁ ଏକ ଅନୌପଚାରିକ ବୁଝାମଣା କରିଥିଲା। ସିପଲା କହିଛି, ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଏହି ଔଷଧକୁ ଜରୁରୀକାଳୀନ ସ୍ଥିତିରେ ସୀମିତ ଉପଯୋଗ କରିବାକୁ ଅନୁମତି ଦେଇଛି। କମ୍ପାନୀ ଏକ ବୟାନରେ କହିଛି, ଜୋଖିମ ପରିଚାଳନା ଯୋଜନା ଅନୁସାରେ ସିପଲା ଔଷଧର ବ୍ୟବହାର ପାଇଁ ତାଲିମ ଦେବ ଏବଂ ରୋଗୀର ସହମତି ପ୍ରମାଣର ଯାଞ୍ଚ କରିବ ତଥା ଏହାରି ଉପରେ ନଜର ରଖିବ। ଏତଦବ୍ୟତୀତ ଭାରତୀୟ ରୋଗୀଙ୍କ ଉପରେ ୪ର୍ଥ ପର୍ଯ୍ୟାୟରେ କ୍ଲିନିକାଲ ଟେଷ୍ଟ ବି କରାଯିବ। କମ୍ପାନୀର ଏହି ଔଷଧର ଯୋଗାଣ ସରକାର ଓ ଖୋଲା ବଜାର ମାଧ୍ୟମରେ କରାଯିବ ବୋଲି କୁହାଯାଇଛି। ତେବେ କୋରୋନା ଭାଇରସ ପାଇଁ ସମଗ୍ର ବିଶ୍ୱ ଚିନ୍ତିତ ଥିବା ବେଳେ ସିପଲା ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଔଷଧ ସମଗ୍ର ବିଶ୍ୱବାସୀଙ୍କୁ ଆଶ୍ଚସ୍ତି ଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ