ଭାରତୀୟ ଜନତା ପାର୍ଟି ତରଫରୁ ଚାଇନା ବିରୋଧୀ ପ୍ରଦର୍ଶନ

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ଭାରତୀୟ ଜନତା ପାର୍ଟି ତରଫରୁ ନାଉଗାଁ ବଜାରରେ ଶୁକ୍ରବାର ଚାଇନା ବିରୋଧୀ ପ୍ରଦର୍ଶନ କରାଯାଇଥିଲା । ସଭାପତି ନିଲୁରାମ ଜେନାଙ୍କ ନେତୃତ୍ୱରେ ଗଲୱାନ ସିମା ଘାଟିରେ ଶହୀଦ ହୋଇଥିବା ଯବାନମାନଙ୍କ ପ୍ରତି ନୀରବ ପ୍ରାର୍ଥନା କରାଯାଇଥିଲା।ପରେ ଚାଇନା ବାରମ୍ବାର ସୀମା ଉଲଘଂନ କରିବା ପ୍ରତିବାଦରେ ଚାଇନା ବିରୋଧୀ ସ୍ଳୋଗାନ ଦିଆଯିବା ସହିତ ଜିନପିଙ୍ଗ ଙ୍କର ଫଟୋଚିତ୍ରରେ ଅଗ୍ନି ସଂଯୋଗ କରାଯାଇଥିଲା । ସେହିପରି ଚାଇନା ଜିନିଷ ବର୍ଜନ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତିର ରାଜ୍ୟ ସଦସ୍ୟ ରତ୍ନାକର ତରାଇ, ଯୁବ ମୋର୍ଚ୍ଚା ସଭାପତି ମାନସ ସ୍ୱାଇଁ, ଭିକାରୀ ସ୍ୱାଇଁ, ସୁନାକର ସେଠୀ,ବିଜୟ କୁମାର ଦାସ, ପବିତ୍ର କୁମାର ପଣ୍ଡା, ସମୀର ସ୍ୱାଇଁ, ଅବିନାଶ ବିଶ୍ୱାଳ,ବିଶ୍ୱଜିତ ପାତ୍ର ଆଦି ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ