ଭାରତୀ ବିଦ୍ୟା ପୀଠ ଷ୍ଟାଡିୟମ ଠାରେ ବ୍ଲକ ସ୍ତରୀୟ କ୍ରୀଡା ମୋହଉତ୍ସବ ଅନୁଷ୍ଟିତ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟା ପୀଠ ଷ୍ଟାଡିୟମ ଠାରେ ବ୍ଲକ ସ୍ତରୀୟ କ୍ରୀଡା ମୋହଉତ୍ସବ ଅନୁଷ୍ଟିତ ହୋଇଯାଇଛି। ହକିବିଶ୍ୱକପ ଅବସରରେ ଆୟୋଜିତ ଏହି କ୍ରୀଡାକୁ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷା  ଶର୍ମିଷ୍ଠା ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା,ବିଇଓ ଭାଗିରଥି ବେହେରା, ଏବିଓ ବିଜୟ କୁମାର ବେହେରା, ଯୋଗ ଦେଇଥିଲେ।କାର୍ଯ୍ୟକ୍ରମକୁ ଜିପିଓ ଶ୍ରୀକାନ୍ତ ଗୌଡ଼, ସମାଜ ମଙ୍ଗଳ ଅଧିକାରୀ ପ୍ରକାଶ ଚନ୍ଦ୍ର ନାୟକ ସଞ୍ଚାଳନ କରିଥିଲେ ।ଏହି ପ୍ରତିଯୋଗିତାରେ ବିଭିନ୍ନ ମହାବିଦ୍ୟାଳୟର ୧୧୮ ଜଣ ବିଦ୍ୟାର୍ଥୀ ଯୋଗଦେଇ ଦୌଡ଼, ଖୋକ, କବାଡ଼ି, ସଟଫୁଟ, ଲମ୍ବ ଡିଆଁ,ରେ ଭାଗନେଇଥିଲେ।ଏହି ପ୍ରତିଯୋଗିତାରେ ଦଳଗତ। କ୍ରୀଡ଼ାରେ ଗଞ୍ଜାମ ମହାବିଦ୍ୟାଳୟରବିଦ୍ୟାର୍ଥୀ କୃତିତ୍ୱ ଅର୍ଜନ କରିଥିଲେ। କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀଙ୍କୁ ବ୍ଲକ ଅଧ୍ୟକ୍ଷ ଶର୍ମିଷ୍ଠା ପ୍ରଧାନ ପୁରସ୍କାର ପ୍ରଦାନ କରିଥିଲେ। ଭାରତୀ ବିଦ୍ୟାପୀଠର କ୍ରୀଡା ଶିକ୍ଷକ ପ୍ରିତି ରଞ୍ଜନ ପ୍ରଧାନଙ୍କୁ ତତ୍ତ୍ୱାବଧାନରେ। ଗଞ୍ଜାମ ମହାବିଦ୍ୟାଳୟ ର ଅଧ୍ୟାପକ ଅମର ବିଷୋୟୀ, ଆଦିତ୍ୟ ମହାପାତ୍ର, ଉମେଶ ଆଚାର୍ଯ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା, ଦିଲୀପ ନାୟକ, ନୀଳମଣି ବେହେରା, ସାମାଜିକ ଅତିରିକ୍ତ ସ୍ୱରକ୍ଷା ଅଧିକାରୀ ଶିବରାମ ପଣ୍ଡା ଙ୍କ ସମେତ ଅନ୍ୟ ଖେଳ ଶିକ୍ଷକ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ