ଜୋନ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ନାନ୍ଦପୁର ନୃସିଂହନାଥ ଉଚ୍ଚ ବିଦ୍ୟାଳୟରେ ଜୋନସ୍ତରୀୟ କ୍ରୀଡ଼ା ପ୍ରତିଯୋଗୀତା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଆଖଣ୍ଡଳମଣି ଉଚ୍ଚ ବିଦ୍ୟାଳୟ,ମଠଡିହ ଉଚ୍ଚବିଦ୍ୟାଳୟ, ବି.ଏସ.ଏସ. ଉଚ୍ଚ ବିଦ୍ୟାଳୟ, ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟ ଓ ନୃସିଂହନାଥ ଉଚ୍ଚ ବିଦ୍ୟାଳୟର ପ୍ରତିଯୋଗୀ ମାନେ କବାଡି, ଫୁଟବଲ, ଖୋଖୋ, ଭଲିବଲ ଆଦି ପ୍ରତିଯୋଗୀତାରେ କ୍ରୀଡା କୌଶଳ ପ୍ରଦର୍ଶନ କରିଥିଲେ । ଏହି କ୍ରୀଡା ପ୍ରତିଯୋଗୀତାକୁ ଉଦଘାଟନ କରିବା ସହ କ୍ରୀଡା ପତାକା ଉତ୍ତୋଳନ କରିଥିଲେ ନାନ୍ଦପୁର ସରପଞ୍ଚ ସରଳା ବିଶ୍ବାଳ । ପରେ ଏକ କ୍ରୀଡା ସଭା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଧର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଆଖଣ୍ଡଳମଣି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଇନ୍ଦ୍ରଜିତ ସ୍ବାଇଁ,ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ନାୟକ, ବିଦ୍ୟାଳୟର ପୂର୍ବତନ ସଂପାଦକ ଦାମୋଦର ପଣ୍ଡା, ସନାତନ ରାଉତ ନାରାୟଣ ଦାସ, ସମିତି ସଭ୍ୟା ଶୋଭାମୟୀ ନାୟକ, ଶିକ୍ଷାବିତ ଦୀପ୍ତି ରଂଜନ ନାୟକ, ସି ଆର ସି ସି ମଙ୍ଗୁଳି ଚରଣ ସେଠୀ, ପୂର୍ବତନ ସରପଞ୍ଚ ପ୍ରସନ୍ନ ଜେନା, ପୂର୍ବତନ ସମିତି ସଭ୍ୟ ସ୍ବଦେଶ ପଣ୍ଡା, ଗୟାଧର ବିଶ୍ବାଳ,ଅମର ବିଶ୍ବାଳ, ବ୍ୟାସଦେବ ହାଇସ୍କୁଲ ପ୍ରଧାନ ଶିକ୍ଷକ ସଞ୍ଜୀବ କୁମାର ନାୟକ, ଶିକ୍ଷକ ଚିତ୍ତ ରଞ୍ଜନ ମହାନ୍ତି, କଳାକାର ରତିକାନ୍ତ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଜାତୀୟ କ୍ରୀଡା ହକିକୁ ଲୋକାଭିମୁଖୀ କରିବାକୁ ଓଡିଶା ସରକାରଙ୍କ ପ୍ରୟାସ ଓ ଗ୍ରାମାଞ୍ଚଳରେ କ୍ରୀଡା ପ୍ରତିଯୋଗୀତା ଆୟୋଜନ ବାସ୍ତବିକ ସୁଦୂରପ୍ରସାରୀ ବୋଲି କହିଥିଲେ । ସଂଜୀବ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ମନମୋହନ ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ । କ୍ରୀଡା ଶିକ୍ଷୟିତ୍ରୀ ନଳିନୀ ମିଶ୍ର, କ୍ରିଡା ଶିକ୍ଷକ ଦୀପକ ବାରିକ, ପ୍ରଦୀପ୍ତ ମହାନ୍ତି, ସୂର୍ଯ୍ୟମଣି ରାଉତ ପ୍ରମୁଖ କ୍ରୀଡା ପରିଚାଳନା କରିଥିଲେ । ବିଭିନ୍ନ ବିଭାଗରେ ଉତ୍ତମ କ୍ରୀଡା ପ୍ରଦର୍ଶନ କରିଥିବା ପ୍ରତିଯୋଗୀଙ୍କୁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗୀତାକୁ ଉନ୍ନୀତ ହୋଇଥିବା ଘୋଷଣା କରାଯାଇଥିଲା ।


