ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଗଛ କୁ ପିଟିଲା ବସ, ଅଳ୍ପକେ ବର୍ତିଲେ ୩୮ ଜଣ ଯାତ୍ରୀ

ମୋହନା, (ଅଂଶୁମାନ ପଣ୍ଡା):ବଡ଼ ଦୁର୍ଘଟଣାରୁ ବର୍ତୀ ଯାଇଛନ୍ତି ୩୮ ଜଣ ଯାତ୍ରୀ । ଗଜପତି ଜିଲ୍ଲା ଅଡ଼ବା ଥାନା ନଳାଘାଟ ଓ ଚାଞ୍ଚଡ଼ାପୂଲି ମଝିରେ ଥିବା ବୁଲାଣି ରେ ବିଳମ୍ବିତ ରାତିରେ ଏକ ସରକାରୀ ବସ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ଯାଇ ଗଛ କୁ ପିଟିଚି । ବସ ନଂ ଓଡ଼ି ୦୨ବୀ ଭି ୧୯୧୬ଟି ୩୮ ଜଣ ଯାତ୍ରୀଙ୍କୁ ନେଇ ମାଲକାନଗିରି ଜିଲ୍ଲା ମୋଟୁରୁ ଭୁବନେଶ୍ୱର ଯାଉଥିବା ବେଳେ ରାତି ପ୍ରାୟ ୨ଟା ବେଳେ ନଳାଘଟ ନିକଟ ବୁଲାଣି ରେ ସାମ୍ନା ପଟୁ ଆସୁଥିବା ଏକ ଗାଡି କୁ ସାଇଡ ଦେବା ବେଳେ ବସ ଟି ଭାରସମ୍ୟ ହରାଇ ରାସ୍ତାର ଡାହାଣ ପଟକୁ ତଳକୁ ଖସି ଯାଇ ଏକ ଗଛ କୁ ପିଟିଥିଲା । ବସରେ ଯାତ୍ରା କରୁଥିବା ଯାତ୍ରୀ ୩୮ ଯାତ୍ରୀ କେହି ଆହତ ହୋଇ ନ ଥିବା ଜଣାପଡିଛି । ଦୁର୍ଘଟଣା ବସର ଯାତ୍ରୀ ମାନଙ୍କୁ ଅନ୍ୟ ଏକ ସରକାରୀ ବସରେ ଗନ୍ତବ୍ୟ ସ୍ଥଳକୁ ପଠାଇ ଦିଆଯାଇଛି । ଘଟଣା ସ୍ଥଳରେ ଅଡବା ଥାନା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ