ଭିଆଇପି ଙ୍କୁ ଆଉ ମିଳିବନି ଏନ୍ ଏସ୍ ଜି କମାଣ୍ଡୋ !
ନୂଆଦିଲ୍ଲୀ- ଭାରତର ବିଭିନ୍ନ ରାଜନେତା ଙ୍କ ଠାରୁ ସୁରକ୍ଷା ବ୍ୟବସ୍ଥା କୋହଳ କରିବା ପରେ ଏବେ କେନ୍ଦ୍ର ସରକାର ଚନ୍ତା କରୁଛନ୍ତି ଯେ, ଏନ୍ଏସ୍ଜି କମାଣ୍ଡୋଙ୍କୁ ଏହି କାମରୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦେବାପାଇଁ । ଏହି କ୍ରମରେ ଏବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୧୩ ଭିଆଇପିଙ୍କୁ ଏନ୍ଏସ୍ଜିର ‘ବ୍ଲାକ୍ କ୍ୟାଟ୍’ କମାଣ୍ଡୋ ସୁରକ୍ଷା ଦେବେ ନାହିଁ ବୋଲି ସୂଚନା ମିଳିଛି । ବିଶେଷ ସୂତ୍ରର ସୂଚନା ଅନୁଯାୟୀ, ପାଖାପାଖି ୨ ଦଶକ ପରେ ଏନ୍ଏସ୍ଜି କମାଣ୍ଡୋଙ୍କୁ ଭିଆଇପିଙ୍କ ସୁରକ୍ଷାରୁ ହଟାଯାଉଛି ବୋଲି କୁହାଯାଉଛି ।


