ଭିନ୍ନ ସଂପ୍ରଦାୟର ଯୁବକଙ୍କ ମଧ୍ୟରେ ମାଡପିଟ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ସୋମବାର ଅପରାହ୍ନରେ ସ୍ଥାନୀୟ ମେଡିକାଲ ଛକରେ ବଡହାଟ ଅଚଂଳର ମାନ ମହାରଣାଙ୍କ ସହିତ ଇଦଗାମହଲା ଅଚଂଳର ଭିନ୍ନ ସଂପ୍ରଦାୟର ଜନୈକ ଯୁବକଙ୍କର କୈାଣସି କାରଣକୁ ନେଇ ମାଡପିଟ ହୋଇଥିଲା । ମାନ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଯୁବକ ଜଣକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ସ୍ଥାନୀୟ ଅଚଂଳରେ ଚାପା ଉତେଜନା ପ୍ରକାଶ ପାଇଥିବା ବେଳେ ଟାଉନ ଥାନାରେ ଅଭିଯୋଗ ହୋଇନଥିବାରୁ ପୋଲିସ ପକ୍ଷରୁ କୈାଣସି ପଦକ୍ଷେପ ନିଆଯାଇନଥିବା ଜଣାପଡିଛି ।


