ଭୁବନେଶ୍ୱରରେ ଆୟୋଜିତ ବିମୁଗ୍ଧା ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ହାସଲ କଲେ ଛତ୍ରପୁର ର ୩ ନୃତ୍ୟାଙ୍ଗନା
ଛତ୍ରପୁର, (ଦେବଦତ୍ତ ମହାରଣା) :-ଭୁବନେଶ୍ୱର ସ୍ଥିତ ରବିନ୍ଦ୍ର ମଣ୍ଡପରେ ଆୟୋଜିତ ବିମୁଗ୍ଧା ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ହାସଲ କରିଛନ୍ତି ଛତ୍ରପୁର ସହରର ୩ ନୃତ୍ୟାଙ୍ଗନା । ଛତ୍ରପୁର ସ୍ଥିତ ଜୟ ଗଣେଷ କଳା ବିକାଶ କେନ୍ଦ୍ର ର ଏହି ୩ ଜଣ ଛାତ୍ରୀ ବିଭିନ୍ନ ନୃତ୍ୟ ଓ ଅଭିନୟ ପରିବେଶଣ କରି ପୁରସ୍କୃତ ହୋଇଛନ୍ତି । ଏହି ପ୍ରତିଯୋଗିତାଟି ଜୁନିୟର, ସବ ଜୁନିୟର ଓ ସିନିୟର ବର୍ଗ ର ନୃତ୍ୟାଙ୍ଗନା ମାନଙ୍କୁ ନେଇ ଆୟୋଜନ ହୋଇଥିବା ବେଳେ ସବ୍ ଜୁନିୟର ବର୍ଗରେ ଛତ୍ରପୁର ସହରର ଅଶ୍ଲେଶା ପାତ୍ର ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ ଗୀତରେ ନୃତ୍ୟ ପରିବେଷଣ କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଜୁନିୟର ବର୍ଗରେ ଛତ୍ରପୁରର ଛବିନା ଶୁଭପ୍ରିୟଦର୍ଶିନୀ ପଲାଇ ମୋହନେ ହେଲି ଚାହିଁ ରେ ଅଭିନୟ କରି ଦ୍ୱିତୀୟ ସ୍ଥାନ ଏବଂ ସିନିୟର ବର୍ଗରେ ଅଙ୍କିତା ପ୍ରିୟଦର୍ଶିନୀ ରଥ ମାନ ଉଦ୍ଧାରଣ ରେ ଅଭିନୟ କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଛତ୍ରପୁର ର ଏହି ୩ ଜଣ କୃତୀ ପ୍ରତିଯୋଗୀ ମାନଙ୍କୁ ଆଜି ଛତ୍ରପୁର ଜୟ ଗଣେଷ କଳା ବିକାଶ କେନ୍ଦ୍ର ପରିସରରେ ଗୁରୁ ଅଳକା ସାହୁ, ନୃତ୍ୟାଙ୍ଗନା ଦେବୀ କୁମାରୀ ପ୍ରଧାନ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।


