ମଙ୍ଗରାଜପୁରର ଗୌରବ ରଖିଲେ ସ୍ମୃତିସୁଧା ପ୍ରିୟଦର୍ଶନୀ

ବନ୍ତ, (ଚାନ୍ଦିନୀ ମହାନ୍ତି):ଚଳିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ମଙ୍ଗରାଜପୁର ଗ୍ରାମର ଶିକ୍ଷକ ସହଦେବ ବେହେରା ମାତା ମିନତୀ ବେହେରାଙ୍କ କନ୍ୟା ସ୍ମୃତିସୁଧା ପ୍ରିୟଦର୍ଶନୀ ବେହେରା ୫୨୧(୮୬.୮୩) ମାର୍କ ରଖି ବିଦ୍ୟାଳୟର ଗୌରବ ଅର୍ଜ୍ଜନ କରିଛନ୍ତି । ସେ ଆନନ୍ଦପୁର ବ୍ଲକ ଜଙ୍ଘିରା-ବାଙ୍ଖିଡିସ୍ଥିତ ପାତାଳଶୁଣୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅଟନ୍ତି । ସେ ଜଣେ ଈଶ୍ୱର ବିଶ୍ୱାସୀ ହୋଇଥିବା ବେଳେ ପାଠପଢା ସହ ଓଡିଶୀ ନୃତ୍ୟ କଳାରେ ପାରଦର୍ଶିତା ହାସଲ କରିଛନ୍ତି । ସେ ବ୍ଲକ ସ୍ତରୀୟ ବିଭିନ୍ନ କବିତା, ସଂଗୀତ, ନୃତ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତିତ୍ୱ ହାସଲ କରିଛନ୍ତି । ଏହି ସଫଳତାର ଶ୍ରେୟ ନିଜର ମାତାପିତା, ଗୁରୁଜନ, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି । ଭବିଷ୍ୟତରେ ସେ ଜଣେ ଡାକ୍ତର ହେବାର ଆଶା ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ