ମଙ୍ଗଳବାର ସୁଦ୍ଧା ଦେଶରେ ୧.୭୩ କୋଟିରୁ ଅଧିକ ନମୁନା ପରୀକ୍ଷା

ନୂଆଦିଲ୍ଲୀ : ପରୀକ୍ଷା, ଚିହ୍ନଟ, ଚିକିତ୍ସା”କୁ ଆଧାର କରି କ୍ରମାଗତ ଭାବେ ଦୁଇ ଦିନରେ ଦିନ ପିଛା ୫ ଲକ୍ଷରୁ ଅଧିକ କୋଭିଡ-୧୯ ପରୀକ୍ଷଣ କରାଯିବା ଦ୍ଵାରା ଏହା ଏକ ନୂତନ ଶିଖରରେ ପହଞ୍ଚିଛି । କୋଭିଡ ସକ୍ରିୟ ମାମଲାଗୁଡ଼ିକୁ ଶୀଘ୍ର ଚିହ୍ନଟ ଏବଂ ପୃଥକ କରିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଆକ୍ରମଣାତ୍ମକ ପରୀକ୍ଷଣ ଉପରେ ଜୋର ଦିଆଯାଇଛି। କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ମିଳିତ ତଥା ସମନ୍ଵିତ ପ୍ରୟାସ ଦ୍ଵାରା ଏହି ସଫଳତା ହାସଲ ହୋଇଛି । ୨୬ ଜୁଲାଇରେ ଦେଶରେ ସମୁଦାୟ ୫,୧୫,୦୦୦ନମୁନା ପରୀକ୍ଷା କରାଯାଇଥିବା ବେଳେ ୨୭ ଜୁଲାଇରେ ମୋଟ ୫,୨୮,୦୦୦ ନମୁନା ପରୀକ୍ଷା କରାଯାଇଛି । ପରୀକ୍ଷାଗାରର ସଂପ୍ରସାରଣ ଯୋଗୁଁ ମୋଟ ପରୀକ୍ଷଣ ସଂଖ୍ୟା ୧.୭୩ କୋଟି ଅତିକ୍ରମ କରିଛି । ପ୍ରତି ୧୦ ଲକ୍ଷ ଜନସଂଖ୍ୟା ପିଛା ପରୀକ୍ଷଣରେ ଅଭିବୃଦ୍ଧି ଘଟି ଏହା ୧୨,୫୬୨ ଅତିକ୍ରମ କରିଛି । ଦେଶର ନୋଏଡା, ମୁମ୍ବାଇ ଏବଂ କୋଲକାତାରେ ତିନୋଟି ଉଚ୍ଚକ୍ଷମତା ସମ୍ପନ୍ନ ପରୀକ୍ଷାଗାରର ସ୍ଥାପନା ଯୋଗୁଁ ଦେଶରେ ମୋଟ ପରୀକ୍ଷଣ ସାମର୍ଥ୍ୟ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଏହି ପରୀକ୍ଷାଗାରଗୁଡିକର ଭର୍ଚୁଆଲ ଉଦ୍ଘାଟନ କରିଥିଲେ । ୯୦୫ଟି ସରକାରୀ ଓ ୪୦୫ଟି ବେସରକାରୀ ଏହିପରି ମୋଟ ୧୩୧୦ଟି ପରୀକ୍ଷାଗାରରେ ପରୀକ୍ଷା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ