ନାଉଗାଁ ବ୍ଳକରେ କରୋନା ଯୋଦ୍ଧାଙ୍କୁ ସମ୍ମାନୀତ

ନାଉଗାଁ, ନାଉଗାଁ ବ୍ଳକ ଅନ୍ତର୍ଗତ ଜ୍ୟୋତି ମହାସଂଘ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଳକସ୍ତରୀୟ କରୋନା ଯୋଦ୍ଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା, ବିଡିଓ ରଶ୍ମିରେଖା ମଲ୍ଲିକ ଆଦି ଉପସ୍ଥିତ ଥିଲେ । ମହାମାରୀ କରୋନାରେ ନିଜ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କୁ ଅନବରତ ସେବା ଯୋଗାଇ ଦେବା ସହିତ ଗାଁରେ ସଚେତନତା ବାର୍ତା ଦେବା, ପ୍ରବାସୀମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ଆଣିବା କରିବା, ହୋମ କ୍ୱାରୋଟାଂଇନର ତଦାରଖ, ପ୍ରବାସୀମାନଙ୍କ ନାମ ପଂଜୀକୃତ କରିବା ଆଦି କାର୍ଯ୍ୟ ଗ୍ରାମରେ ଥିବା ଅଙ୍ଗନୱାଡି ଓ ଆଶାକର୍ମୀମାନେ ସଫଳ ଭାବେ ତୁଲାଉଛନ୍ତି । ସେହିପରି ସେମାନଙ୍କୁ ନେବା ଆଣିବା କରିବାରେ ଗାଡି ଚାଳକ ମାନଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ କାର୍ଯ୍ୟକୁ ସମ୍ମାନ ଜଣାଇ କରୋନା ଯୋଦ୍ଧା ଭାବେ ସେମାନଙ୍କୁ କାର୍ଯ୍ୟରେ ଉତ୍ସାହିତ କରିବା ପାଇଁ ସମ୍ବର୍ଦ୍ଧିତ କରାଯାଉଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ । ଜିଲ୍ଲାପାଳ ଓ ବିଧାୟକ ଉପସ୍ଥିତ ଥିବା ୧୦ଜଣ ଗାଡି ଚାଳକ,୨ଜଣ ଅଙ୍ଗନୱାଡି କର୍ମୀ, ୩ ଜଣ ଆଶା କର୍ମୀଙ୍କୁ ଶୁଖିଲା ଖାଦ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟରେ ନିୟୋଜିତ ସମସ୍ତ ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯିବାର ଲକ୍ଷ୍ୟ ରଖାଯାଇଥିବା ବିଡିଓ ରଶ୍ମିରେଖା ମଲ୍ଲିକ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଏବିଡିଓ ଦେବେନ୍ଦ୍ର କୁମାର ପ୍ରଧାନ, ଜିପିଇଓ ଦିନେଶ ରାୟ ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ