ମଦ ଜବତ, ୧କୋର୍ଟ ଚାଲାଣ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ନୁଆଗାଁ ପଂଚାୟତର ଗନେଇ ଗ୍ରାମରେ ରବିବାର ସଂନ୍ଧ୍ୟା ସମୟରେ ନାଉଗାଁ ପୋଲିସ ଚଢାଉ କରି ବିପୁଳ ପରିମାଣର ବେଆଇନ ମଦ ଜବତ କରିବା ସହ ଗ୍ରାମର ଜଣେ ଅସାଧୁ ବ୍ୟବସାୟୀଙ୍କୁ ଗିରଫ କରିଥିବା ଜଣାପଡିଛି । ଆସାଧୁ ବ୍ୟବସାୟୀଙ୍କ ନାମ ପଦ ସାହୁ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଦୀର୍ଘଦିନ ଧରି ପଦ ସାହୁ ମଦ ବ୍ୟବସାୟ ଜାରୀ ରଖିଥିଲା ହେଲେ ରବିବାର କୈାଣସି ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଭାରପ୍ରାପ୍ତ ଥାନା ଅଧିକାରୀ ଏସଆଇ ବିବେକାନନ୍ଦ ସାହୁଙ୍କ ନେତୃତ୍ୱରେ ଚଢାଉ କରିଥିଲେ । ବିପୁଳ ପରିମାଣର ମଦ ଜବତ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟର୍ ଚାଲାଣ କରିଥିବା ଜଣାପଡିଛି ।