ମନ୍ଦିର ପରିବର୍ତ୍ତେ ବ୍ଲକ ଓ ପଞ୍ଚାୟତ ପରିସରରେ ଅନୁଷ୍ଠିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ

ବନ୍ତ, (ଚାନ୍ଦିନୀ ମହାନ୍ତି):ଆଜି ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅବସରରେ ଭଦ୍ରକ ଜିଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତରେ ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମାତ୍ର ବନ୍ତ ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ସରକାରୀ ନିୟମ ଅନୁଯାୟୀ ପ୍ରତି ବ୍ଲକ ଓ ପଞ୍ଚାୟତରେ ଏହି ଉତ୍ସବ ସ୍ଥାନୀୟ ମନ୍ଦିର ପରିସରରେ ଅନୁଷ୍ଠିତ ହେବାକୁ ଥିବା ବେଳେ ତାହା ଏଠାରେ ହୋଇନଥିବା ଦେଖାଯାଇଛି । ବନ୍ତ ବ୍ଲକ ପରିସରରେ ବ୍ଲକ ସ୍ତରୀୟ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉତ୍ସବ ମଞ୍ଚରେ ବିଡିଓ ନିଜେ ଛାନ୍ଦ ଚୌତିଶା ଗାଇଥିବା ବେଳେ ସଂର୍କୀର୍ତ୍ତନ ମଣ୍ଡଳୀ ଦ୍ୱାରା ସଂକୀର୍ତ୍ତନ ପରିବେଷଣ ହୋଇଥିଲା । ବନ୍ତ ସଦର ମହକୁମାସ୍ଥିତ ପୁରୁଣା ବଜାର ଠାରେ ଜଗନ୍ନାଥ ମନ୍ଦିର ଥିବା ବେଳେ ସେଠାରେ କୌଣସି ବ୍ୟବସ୍ଥା କରାଯାଇନଥିଲା । ସେହିପରି ନିଳୋକ, ପଧାନପଡା, ଟିଲୋ ସମେତ ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ତେବେ ସରକାରୀ ନିର୍ଦ୍ଦେଶନାମାକୁ ଖୋଲାଖୋଲି ଉଲଂଘନ କରାଯଇ ମନମୁଖୀ ଭାବେ ବ୍ଲକ ଓ ପଞ୍ଚାୟତ ପରିସରରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିବାର ଦେଖାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ