ମମିତା ମେହେରଙ୍କୁ ନ୍ୟାୟ ଦାବିରେ ହିଞ୍ଜିଳି ଵିଜେପି ପକ୍ଷରୁ ମନ୍ତ୍ରୀଙ୍କ କୁଶପୁତଳିକା ଦାହ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ସାରା ଓଡିଶାରେ ଉତ୍ତେଜନା ସୃଷ୍ଠି ହେଉଥିବା ବେଳେ ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କୃତ ଦାବିରେ ସାରା ଓଡିଶାରେ ଭାରତୀୟ ଜନତା ପାର୍ଟି ସ୍ୱର ଉତ୍ତୋଳନ କରୁଛି । ଏହି ପରିପ୍ରେକ୍ଷୀରେ ସୋମବାର ହିଞ୍ଜିଳିକାଟୁ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ତରଫରୁ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଭାରତୀୟ ଜନତା ପାର୍ଟିର ସମର୍ଥକ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଵଈଁଚବଣିଆ ସ୍ଥିତ ଡାକ ବଙ୍ଗଳା ଠାରୁ ଏକ ରାଲି ବାହାରି ଵ୍ଳକ ଛକ ପର୍ଯ୍ୟନ୍ତ ଵିଭିନ୍ନ ସ୍ଲୋଗାନ ଦେଈ ଫ୍ଳା କାର୍ଡ ଧରି ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ପହଞ୍ଚି କାର୍ଯ୍ୟାଳୟ ଆଗରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି କୁଶ ପୁତ୍ତଳିକା ଦାହ କରିଥିଲେ । । ଏନେଇ ହିଞ୍ଜିଳି ପୋଲିସ ପକ୍ଷରୁ ବ୍ୟାପକ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶେଷରେ ବିଜେପି ପକ୍ଷରୁ ମମିତା ମେହେର ହତ୍ୟାକାଣ୍ଡ ମାମଲାର ନିରପେକ୍ଷ ତଦନ୍ତ ଦାବି ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି କରିଥିଲେ । ହିଞ୍ଜିଳି ଵିଜେପି ପକ୍ଷରୁ ରାଲିରେ ପ୍ରଭାରୀ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ର, ହିଞ୍ଜିଳି ନଗର ବିଜେପି ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ,ଘୁମୁସର ଜିଲ୍ଲା ଉପସଭାପତି ମାଧବ ଗୌଡ, ସିଂଘାସନ ପୋଲାଈ, ଶ୍ରୀକାନ୍ତ ଜେନା, ପ୍ରଶାନ୍ତ କୁମାର ପଲାଈ, ସିପୁନ ପୋଲାଈ, ବାଦଲ ପ୍ରଧାନ, ବିଭୁତି ପ୍ରଧାନ, ତ୍ରିଲୋଚନ ସ୍ଵାଇଁ, ଶୁସାନ୍ତ ଜେନା, ନାରୀ ନେତ୍ରୀ ରଶ୍ମିତା ଵେହେରା, ଜାନକୀ ନାୟକ, ଜୟଦେବ ଜେନା, ସଞ୍ଜୟ ପ୍ରଧାନ, ନୀଳମଣି ସ୍ବାଇଁ, ଭୁବନେଶ୍ବର ଗୌଡଙ୍କ ସହ ବିଜେପିର ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ