ମରୈଗାଁ ସମବାୟ ସମିତିରେ ଧାନ ମଣ୍ଡି ଖୋଲିଲା; କୋଭିଡ ନିୟମ ମାନି ଧାନ କିଣିବାକୁ ନିଷ୍ପତି 

ହାଟଡ଼ିହି, (ବିକାଶ ବିଶ୍ୱାଳ) : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକର ମରୈଗାଁ ସେବାସମବାୟ ସମିତିରେ ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ସହକାରୀ ଉପନିବନ୍ଧକ ତଥା ପ୍ରଶାସକ କୈଳାଶ ଚନ୍ଦ୍ର ନାୟକ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ସମ୍ପାଦକ ଶରତ କୁମାର ସେଠୀ, ସହ ସମ୍ପାଦକ ତଥା କ୍ରୟ ଅଧିକାରୀ ବିଭୂତି ଭୂଷଣ ସେଠୀ, ରାଜସ୍ୱ ନିରୀକ୍ଷକ ସନ୍ତୋଷ କୁମାର ନାୟକ,ଗ୍ରାମ୍ୟ କୃଷି କର୍ମଚାରୀ କେଦାର ନାଥ ଦାଶ, ଧାନକ୍ରୟ କମିଟିର ସଭାପତି ଜଳଧର ମହାପାତ୍ର, ଚାଷୀ ପ୍ରତିନିଧି ଭୀମସେନ ନାୟକ, ରମେଶ ଚନ୍ଦ୍ର ଦାସ, ସନାତନ ଜେନା, ଗୋପାଳ ଚନ୍ଦ୍ର ଘଡେଇ, ଶ୍ରୀଧର ଦାଶ, ପିତାମ୍ବର ସେଠୀ ପ୍ରମୁଖ ଯୋଗଦେଇ କିପରି ଚାଷୀମାନେ ସହଜ ଭାବରେ ଧାନ ବିକ୍ରୀ କରିପାରିବେ ସେନେଇ ଆଲୋଚନା କରିଥିଲେ । କୋଭିଡ କଟକଣା ଲାଗୁ ରହିଥିବା ହେତୁ ମଣ୍ଡିରେ ସାନିଟାଇଜ ବ୍ୟବସ୍ଥା, ସାମାଜିକ ଦୁରତା, ମାସ୍କ ପିନ୍ଧି ଧାନ କ୍ରୟ ବିକ୍ରୟ କରିବାକୁ ନିଷ୍ପତି ହୋଇଥିଲା । ଧାନ ବିକ୍ରୟ ସମୟରେ ଅଯଥା ଗହଳି ନକରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଚଳିତବର୍ଷ ମଣ୍ଡିରେ ଧାନ ବିକିବାପାଇଁ ୮୨୪ଜଣ ଚାଷୀ ନାମ ପଞ୍ଜିକୃତ କରିଥିବାବେଳେ ୭୫୩ ଜଣ ଚାଷୀଙ୍କ ନାମ ଭେରିଫାଏଡ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଚାଷୀଙ୍କ ଠାରୁ ୭୭ହଜାର କୁଇଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ ଧାର୍ଯ୍ୟ ହୋଇଛି । ଏଫଏକ୍ୟୁ ମାନର ଧାନ ଦର ୧୮୬୮ଟଙ୍କା ରଖାଯାଇଥିବାବେଳେ ଗ୍ରେଡ୧ ଧାନର ମୁଲ୍ୟ ୧୮୮୮ଟଙ୍କା ରଖାଯାଇଛି । ପ୍ରତି ସୋମବାର , ବୁଧବାର ଓ ଶୁକ୍ରବାର ଓ ଶନିବାର ଏଠାରେ ଧାନ କ୍ରୟ କରାଯିବ ବୋଲି ଦିନଧାର୍ଯ୍ୟ ହୋଇଛି । ସକାଳ ୮ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଧାନ କିଣାଯିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ